ନୂଆଦିଲ୍ଲୀ: ‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଏଜୁକେଶନ ଅଭିଯାନ ଲଞ୍ଚ କଲା ହ୍ବାଟ୍ସଆପ୍ । କୋରୋନା ଭାଇରସକୁ ନେଇ ଗୁଜବ ଖବର ପ୍ରଚାର ଉପରେ ରୋକ ଲଗାଇବା ନେଇ ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ ‘ଚେକ୍ ଇଟ୍ ବିଫୋର ୟୁ ସେୟାର ଇଟ୍’ ଏଜୁକେଶନ ଅଭିଯାନ ଲଞ୍ଚ କରିଛି ।
-ହ୍ବାଟ୍ସଆପ ଇଣ୍ଡିଆ ହେଡ୍ ଅଫ୍ ପବ୍ଲିକ ପଲିସି ଶିବନାଥ ଠୁକରାଲ କହିଛନ୍ତି ଯେ, ଏହି ଅଭିଯାନ ଏକ ସରଳ ରିମାଇଣ୍ଡର(ମନେ ପକାଇବା) ପରି କାମ କରିବ । ଯାହାଦ୍ବାରା ପ୍ରତ୍ୟେକ ହ୍ବାଟ୍ସଆପ ୟୁଜରଙ୍କ ଏହା ଦାୟିତ୍ବ ରହିବ ଯେ କୌଣସି ମେସେଜ ଫରୱାଡ କରିବା ପୁର୍ବରୁ ତାହାର ତଥ୍ୟକୁ ଦୁଇଥର ଯାଞ୍ଚ କରିବା । ଏଥିସହ ଏହି ଅଭିଯାନ ୟୁଜରମାନଙ୍କୁ ଅନେକ ଉପାୟ ମାଧ୍ୟମରେ ଗ୍ରହଣ କରୁଥିବା ମେସେଜ ବିଷୟରେ ଅଧିକ ସୂଚନା ଦେବ ।
-ଗତ ମାସରେ ହ୍ବାଟ୍ସଆପ୍ ମୋ ସରକାର ହେଲ୍ପଲାଇନ ନଂ919013151515 ଘୋଷଣା କରିଥିଲା ।
-ମୋ ସରକାର ହେଲ୍ପଲାଇନ ପ୍ରମୋଟ ଉଦ୍ଦେଶ୍ୟରେ ହ୍ବାଟ୍ସଆପ୍ ଅଭିଯାନ ଲୋକମାନଙ୍କୁ କୋରୋନା ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ଘରେ ରହିବା, ହାତ ଧୋଇବା, ମୁହଁକୁ ସ୍ପର୍ଶ ନକରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ସତର୍କ କରାଇବ।