ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ରବିବାର ବ୍ଲକ ହୋଇଛି ସାଇବରାବାଦ ପୋଲିସ କମିଶନରଙ୍କ ହେଲ୍ପ ଲାଇନ ନମ୍ବର । ଏନେଇ ରବିବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସାଇବରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର । ନଭେମ୍ବର 27 ରାତିର ଲୋମହର୍ଷଣକାରୀ ଘଟଣା ପରେ ଏହି ନମ୍ବରରେ ଲୋକଙ୍କ ମେସେଜର ସୁଅ ଛୁଟିବାରୁ ଏହାକୁ ଅସ୍ଥାୟୀ ଭାବେ ବ୍ଲକ କରିଛି ହ୍ବାଟ୍ସଆପ୍ ।
ପୁରୁଣା ନମ୍ବର ବ୍ଲକ କରିବା ପରେ ଲୋକଙ୍କ ସୁବିଧା ପାଇଁ ସାଇବରାବାଦ ସିପି ଏକ ନୂଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି । ଲୋକଙ୍କ ଆକ୍ରୋଶ ଭରା ମେସେଜ ପୁରୁଣା ନମ୍ବରରେ ବାରମ୍ବାର ଆସୁଥିବାରୁ ସେହି ନମ୍ବରକୁ ଅସ୍ଥାୟୀ ସମୟ ପାଇଁ ହ୍ବାଟ୍ସଆପ୍ ବ୍ଲକ କରିଥିବା ଜଣା ପଡିଛି । ତେଣେ ଏନେଇ ହ୍ବାଟ୍ସଆପ୍କୁ ନମ୍ବର ପୁନର୍ବାର ଆକ୍ଟିଭେଟ କରିବା ପାଇଁ ଇମେଲ ଜରିଆରେ ଆବେଦନ କରିଛନ୍ତି ସାଇବରାବାଦ ପୋଲିସ ।