ନୂଆଦିଲ୍ଲୀ: ପପୁଲାର ଚାଟିଙ୍ଗ ଆପ ମଧ୍ୟରେ ହ୍ବାଟ୍ସଆପ ଅନ୍ୟତମ । ତେବେ ବର୍ତ୍ତମାନ ହ୍ବାଟ୍ସଆପ ୟୁଜରଙ୍କ ପାଇଁ ଆଉ ଏକ ଅପଡେଟ୍ ଆଣିବାକୁ ଯାଉଛି ।ହ୍ବାଟ୍ସଆପ ଅନ୍ୟ ଏକ ଅପଡେଟ୍ ଉପରେ କାମ କରୁଛି, ଯାହା ମେସେଞ୍ଜରରେ ସର୍ଚ୍ଚ ଫିଚରକୁ ଏକ ନୂଆ ଦିଗ ଦେବ । ଏହି ଫିଚର ହେଉଛି ଡେଟ୍(ତାରିଖ) ସର୍ଚ୍ଚ । ଏହାର ଅର୍ଥ ୟୁଜର ତାରିଖ ଆଧାରରେ କୌଣସି ପୁରୁଣା ମେସେଜକୁ ଖୋଜି ପାଇପାରିବେ । ତେବେ ଏନେଇ ସୂଚନା ଦେଇଛନ୍ତି WABetainfo ।
WABetainfo ଅନୁଯାୟୀ, ଏହି ଫିଚର ବର୍ତ୍ତମାନ କେବଳ ଆଲଫା ଷ୍ଟେଜରେ ରହିଛି । ଯାହାକୁ ବର୍ତ୍ତମାନ ବିକଶିତ କରାଯାଉଛି । ଏଣୁ ବର୍ତ୍ତମାନ ସମସ୍ତ ୟୁଜର ଏହାକୁ ଆରମ୍ଭ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସମୟ ନିର୍ଦ୍ଧାରଣ କରାଯାଇନାହିଁ ।