ଓଡିଶା

odisha

By

Published : Jun 14, 2020, 12:35 PM IST

ETV Bharat / bharat

କୋରୋନା ସମ୍ବନ୍ଧୀୟ ଗୁଜବ ଖବରକୁ ରୋକିବ ହ୍ବାଟ୍ସଆପ

କୋରୋନା ମହାମାରୀ ମଧ୍ୟରେ ସୋସିଆଲ ମିଡିଆରେ ବହୁ ଗୁଜର ଖବର ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ସେଥିପାଇଁ ଏହାକୁ ରୋକିବା ପାଇଁ ହ୍ବାଟ୍ସଆପ ଅନ୍ତର୍ଜାତୀୟ ଏଜେନ୍ସି ସହିତ ମିଶି ଏକ ଚାଟବଟ୍ ଆରମ୍ଭ କରିଛି ।

whatsapp
କୋରୋନା ସମ୍ବନ୍ଧୀୟ ଗୁଜବ ଖବର ରୋକିବ ହ୍ବାଟ୍ସଆପ

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ସୋସିଆଲ ମିଡିଆରେ ବହୁ ଗୁଜର ଖବର ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ସେଥିପାଇଁ ଏହାକୁ ରୋକିବା ପାଇଁ ହ୍ବାଟ୍ସଆପ ଅନ୍ତର୍ଜାତୀୟ ଏଜେନ୍ସି ସହିତ ମିଶି ଏକ ଚାଟବଟ୍ ଆରମ୍ଭ କରିଛି ।

ବର୍ତ୍ତମାନ ଭାରତୀୟ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଥିରେ ହିନ୍ଦୀ ଭାଷା ମଧ୍ୟ ଯୋଡା ଯାଇଛି । ଯାହାଫଳରେ ଦେଶରେ ଅଧିକରୁ ଅଧିକ ଲୋକ ଏହାର ଲାଭ ଉଠାଇ ପାରିବେ । ତେବେ ଏହା ପୂର୍ବରୁ ଏଥିରେ କେବଳ ଇଂରାଜୀ ଏବଂ ସ୍ପେନିଶ ଭାଷା ଉପଲବ୍ଧ ଥିଲା ।

ଗତ ମାସରେ ହ୍ବାଟ୍ସଆପ୍ ଅନ୍ତର୍ଜାତୀୟ ଫ୍ୟାକ୍ଟ ଚେକିଂ ନେଟୱାର୍କ ( ଆଇଏଫସିଏନ) ସହିତ ମିଶି ଗୁଜବ ଖବରକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଆମେରିକାର ପଏଣ୍ଟର ଇନଷ୍ଟିଚ୍ୟୁଟ୍ ଦ୍ବାରା ସୃଷ୍ଟି ହୋଇଥିବା ଏହି ନେଟୱର୍କ ହ୍ବାଟ୍ସଆପ ପାଇଁ ଏକ ଚାଟବଟ୍ ତିଆରି କରିଥିଲା । ଯାହା କୋରୋନା ସମ୍ବନ୍ଧୀୟ ଗୁଜବ ଖବରକୁ ଚିହ୍ନଟ କରି ତାକୁ ରୋକିବାକୁ ଚେଷ୍ଟା କରିବ ।

ଏହି ଚାଟବଟରେ ହିନ୍ଦୀ ଭାଷା ଯୋଡା ଯାଇଛି । ଯାହାଦ୍ବାରା ଭାରତର ଜନସଂଖ୍ୟାରେ ଗୁଜବ ଖବର ପ୍ରସାରଣକୁ ରୋକିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କୋରୋନା ଦୃଷ୍ଟିରୁ ଭାରତ ବିଶ୍ବର ଚତୁର୍ଥ ସ୍ଥାନରେ ରହିଛି । ବର୍ତ୍ତମାନ ସମୟରେ ଏହି ପଦକ୍ଷେପ ଆହୁରି ଗୁରୁତ୍ୱପୂର୍ଣ୍ଣ ହେବ ।

ହ୍ବାଟ୍ସଆପ୍ ୟୁଜର ଏହା ମାଧ୍ୟମରେ ସ୍ଥାନୀୟ ଫ୍ୟାକ୍ଟ ଚେକର୍ ସହିତ ଯୋଡି ହୋଇପାରିବେ ଏବଂ ଗୁଜବ ଖବର ସମ୍ପର୍କରେ ଜାଣିପାରିବେ । ଏହି ପ୍ରଫେସନାଲ ଫ୍ୟାକ୍ଟ ଚେକର୍ସ ଭିନ୍ନ ଭିନ୍ନ ମିଡିଆ ସଗଂଠନ ସହିତ ଜଡିତ ଅଛନ୍ତି ।

ABOUT THE AUTHOR

...view details