ହାଇଦ୍ରାବାଦ: ଲକଡାଉନ ଉପରେ ଲକଡାଉନ । କୋରୋନା ମୁକାବିଲା ପାଇଁ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦୀ ଦେଶରେ ଲାଗୁ ହୋଇଛି । ଘରେ ପୁଣି ଆଉ 3 ସପ୍ତାହ ବସିବାକୁ ପଡିବ । ତେବେ କର୍ମବ୍ୟସ୍ତ ଲୋକଙ୍କ ପାଇଁ ସମୟ କାଟିବା କଷ୍ଟକର ହୋଇପଡିବ । ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଲୋକେ ଘରେ ବସି ବସି ନିଶ୍ଚୟ ଚିଡଚିଡା ହୋଇପାରନ୍ତି ।
ଏହି ସମୟରେ ପ୍ରତିଦିନ ନିଜ ସମୟକୁ କିପରି ସଦୁପଯୋଗ କରିବେ ସେଥିପାଇଁ କିଛି ଉପାୟ ଆମେ ଆପଣଙ୍କୁ ବତାଇବୁ । କୌଣସି ବି କାମ କରିବା ପୂର୍ବରୁ ଏହି ସମସ୍ତ ଦିଗ ପ୍ରତି ଧ୍ୟାନ ରଖନ୍ତୁ । ଦେଖିବେ ଆପଣଙ୍କ ପ୍ରତିଟି ମୂହୂର୍ତ୍ତ ଖୁସି ଓ ଶାନ୍ତିରେ କଟିଯିବ । ପ୍ରତିଦିନ ସକାଳୁ ଉଠିବା ପରେ ଏହି ତାଲିକା ଅନୁସାରେ କାମ କରନ୍ତୁ । ଦେଖିବେ ଆପଣଙ୍କ ଲକଡାଉନ କିପରି କଟିଯିବ ଆପଣ ଜାଣିପାରିବେ ନାହିଁ ।
- ପ୍ରଥମେ ଘରେ କଣ କରିବେ ତାହାର ଏକ ତାଲିକା ବନାନ୍ତୁ । ଏଥିରେ ନିଜର ଦୁର୍ବଳତା ମଧ୍ୟ ଲେଖନ୍ତୁ । କିପରି ଏହାକୁ ଦୂର କରିବେ ତାହାକୁ ଧ୍ୟାନ ଦିଅନ୍ତୁ । ଏହି ସମୟରେ ଏହାକୁ ବଦଳାଇ ଦିଅନ୍ତୁ । ପରିସ୍ଥିତି ସୁଧୁରିଗଲା ପରେ ଆପଣ ଯଦି କୌଣସି ସାକ୍ଷାତକାର ବା ଅନ୍ୟ କୌଣସି କାର୍ଯ୍ୟ କରିବେ ସେତେବେଳେ ଏହା ବହୁତ ଉପକାରରେ ଆସିବ । ନିଜକୁ ଦୃଢ ମନେ କରିବେ ।
- ଏକା ରହନ୍ତୁ ନାହିଁ । ସବୁବେଳେ ଘର ଲୋକଙ୍କ ସହ ସମୟ କାଟନ୍ତୁ । ପୁଣିଥରେ ଅଫିସ ଆରମ୍ଭ ହୋଇଗଲେ ଏପରି ସମୟ ମିଳିବନି ।