ବିଶାଖାପାଟନମ: ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ । ଆନ୍ଧ୍ରପ୍ରଦେଶର ବିଶାଖାପାଟନମର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏଲଜି ପଲିମର ଇଣ୍ଡଷ୍ଟ୍ରିରୁ ଗ୍ୟାସ ଲିକ୍ ହୋଇଥିବା ସୂଚନା ଦେଇଛନ୍ତି। ଗ୍ୟାସ୍ ଲିକ୍ ହୋଇ ସମଗ୍ର ଅଞ୍ଚଳର ତିନି କିଲୋମିଟରରେ ବ୍ୟାପିଛି ।
ସୂଚନାଅନୁଯାୟୀ, ବିଶାଖାପାଟନମର ଆରଏସ ଭେଙ୍କଟାପୁରାମ ଗ୍ରାମରେ ଏଲଜି ପଲିମର ପ୍ଲାଣ୍ଟରୁ ଷ୍ଟାଇରେନ ଗ୍ୟାସ ଲିକ ହେବାରୁ ଜଣେ ଶିଶୁଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହି ବିଷାକ୍ତ ଗ୍ୟାସରୁ ପ୍ରାୟ 1000 ଲୋକ ଅସୁସ୍ଥ ଥିବା ଜଣାଯାଇଛି । ଗ୍ୟାସ୍ ଲିକ୍ ହେବା ପରେ ସମଗ୍ର ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି । ଆସନ୍ତୁ ଜାଣିବା ଷ୍ଟାଇରନ୍ ଗ୍ୟାସ୍ କ’ଣ |