ଓଡିଶା

odisha

ETV Bharat / bharat

ଅଭିବୃଦ୍ଧି ହାର ୫ ପ୍ରତିଶତ, ଏହାକୁ ନେଇ ଏକ ବିସ୍ତୃତ ବିବରଣୀ - ଜିଡିପି ରିପୋର୍ଟ

କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ପୂର୍ବାନୁମାନ ଅନୁସାରେ ୨୦୧୯-୨୦ରେ ଜିଡ଼ିପି (ଗ୍ରସ ଡୋମେଷ୍ଟିକ ପ୍ରଡ଼କ୍ଟ) ହାର ୫ ପ୍ରତିଶତ ବୃଦ୍ଧି ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ପୂର୍ବାନୁମାନ ସମ୍ପର୍କରେ ଅନୁମାନ କରିଥିଲା। ଅଧିକ ପଢନ୍ତୁ...

GDP growth falling to 5%
ଫାଇଲ ଫଟୋ

By

Published : Jan 10, 2020, 1:49 AM IST

କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ପୂର୍ବାନୁମାନ ଅନୁସାରେ ୨୦୧୯-୨୦ରେ ଜିଡ଼ିପି (ଗ୍ରସ ଡୋମେଷ୍ଟିକ ପ୍ରଡ଼କ୍ଟ) ହାର ୫ ପ୍ରତିଶତ ବୃଦ୍ଧି ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ପୂର୍ବାନୁମାନ ସମ୍ପର୍କରେ ଅନୁମାନ କରିଥିଲା। ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଚଳିତ ବର୍ଷ ଜିଡ଼ିପିରେ ୭ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଯେଉଁ ପୁର୍ବାନୁମାନ କରାଯାଇଥିଲା, ଅର୍ଥ ମନ୍ତ୍ରାଳୟ ସେଥିରେ ହ୍ରାସ କରିଛି। ସେ ପର୍ଯ୍ୟନ୍ତ ୧୦ଟି ତିନିମାସିଆ ରିପୋର୍ଟରେ ବିକାଶ ଦର ହ୍ରାସ ପାଇଥିଲା। କାରଣ ସରକାରୀ ପୁଞ୍ଜି ସଂଗ୍ରହ ବା ନିବେଶ, ବଜେଟ ଅନୁମାନ ସହିତ ବଜେଟ ଅନୁମାନର ତୁଳନା କରାଯାଇନଥିଲା। ଦେଶ ଅର୍ଥବ୍ୟବସ୍ଥାରେ ଦୁର୍ବଳ ବିକାଶ ପ୍ରକ୍ରିୟା ପାଇଁ ଆର୍ଥିକ ପ୍ରୋତ୍ସାହନ ପାଇବାର ଏକ ଉତ୍ତମ ସୁଯୋଗ ହରାଇଲା ବୋଲି ନିର୍ବାଚନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ପ୍ରସ୍ତୁତ ବଜେଟ ଉପରେ ଟିପ୍ପଣୀ କରାଯିବା ସହିତ ପରାମର୍ଶ ଦିଆଯାଇଥିଲା। ଗତବର୍ଷର ସଂଶୋଧିତ ଅନୁମାନ ଅନୁସାରେ ବଜେଟ ଅନୁମାନର ତୁଳନାରେ ଯାହା ପ୍ରସ୍ତାବ ଦିଆଯାଇଥିଲା ଯାହାକି ପରିସଂଖ୍ୟାନ ସହିତ ତୁଳନା କରାଯାଇଥାଏ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ ତାହା ନଥିଲା। ଏହାଛଡ଼ା ଅର୍ଥବ୍ୟବସ୍ଥାର ପୁନଋଦ୍ଧାର ଶବ୍ଦର ଜାଲ ମଧ୍ୟରେ ନ ରହି ସୁଦୃଢ଼ ହେଉ ।

ବିତ୍ତୀୟ ସଂକଟ ଆଶା କରାଯାଉଥିବାରୁ ସରକାରୀ ପୁଞ୍ଜି ସଂଗ୍ରହ ଆକଳନକୁ ହ୍ରାସ କରାଯାଇଛି। କେନ୍ଦ୍ରୀୟ ପରିସଂଖାନ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟାରେ ସରକାରଙ୍କ ପୁଞ୍ଜି ସଂଗ୍ରହ ଅଧା ବର୍ଷ ୨୦୨୦ରେ ୦.୫୪ ପ୍ରତିଶତ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ ସାମାନ୍ୟ ପରିବର୍ତ୍ତନ ସମ୍ପର୍କରେ ଯେଉଁ ତର୍କ ଦିଆଯାଉଛି ସେହି ରଣନୀତି ନିଶ୍ଚିତ ବିଫଳ ହେବ। ବାସ୍ତବିକ ପ୍ରଶାସନିକ ଓ ଆର୍ଥିକ ନୀତିରେ ପରିବର୍ତ୍ତନ ଏକ ନିୟମିତ ପ୍ରକ୍ରିୟା। ଲକ୍ଷ୍ୟ ଧାର୍ଯ୍ୟ ହାସଲ ପାଇଁ ଏହି ଆର୍ଥିକ ଚକ୍ର ସାହାଯ୍ୟରେ ଲଗାତାର ଉଦ୍ୟମ କରାଯିବା ଆବଶ୍ୟକ। କିନ୍ତୁ ନିକଟ ଭବିଷ୍ୟତରେ ପୁନରୁଥାନ ପାଇଁ ଅର୍ଥଶାସ୍ତ୍ରୀଙ୍କ ବର୍ଣ୍ଣନା ଅନୁସାରେ ଦାବିକୁ ବଢ଼ାଇବା ଆବଶ୍ୟକ।

ଦେଶ ବିଦେଶର ବିଶ୍ଲେଷକ (ସିଏସଏ ଭଳି ଅନୂକୂଳ ବନ୍ଧୁ) ପୂର୍ବରୁ ୫ ପ୍ରତିଶତ, ଙ୍ଘ/-୦.୨୫ ପ୍ରତିଶତ ଜିଡ଼ିପି ବୃଦ୍ଧିର ଅନୁମାନ ଲଗାଉଥିଲେ। ଗତ ବର୍ଷ ବଜେଟରେ ମହତ୍ତ୍ୱପୂର୍ଣ୍ଣ ଉପାୟରେ ସରକାର ପୁଞ୍ଜିନିବେଶକୁ ବୃଦ୍ଧି କରିନଥିଲେ। ସେହି ସମୟରେ ଆଶାକରାଯାଇଥିବା ବିକାଶ ହାର, ନିବେଶ ହାର ସ୍ଥିର ହୋଇଥିବା ମାପଦଣ୍ଡ ଅନୁସାରେ ହ୍ରାସ ପାଇଥିଲା। ଯେତେବେଳେ ବଜେଟ କାଗଜ ମିଳିଲା ଆମେ ଏସମ୍ପର୍କରେ ଅନୁମାନ କରିଥିଲୁ।

ଅର୍ଥମନ୍ତ୍ରୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପ୍ରଶିକ୍ଷିତ ଅର୍ଥଶାସ୍ତ୍ରୀ ଥିବାରୁ ସେ ଏସମ୍ପର୍କରେ ସବୁ ଜାଣିଥିଲେ। ବାସ୍ତବିକ ବିକାଶ ପାଇଁ ଅଧିକ ପୁଞ୍ଜିନିବେଶ ପ୍ୟାକେଜ ପରେ ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ସେ ଏଭଳି ଦୁଇଟି ପ୍ରୟାସ କରିଥିଲେ। ଦୁଇଟି ପ୍ରୟାସରେ ଅନେକ ଘୋଷଣା କରାଯାଇଥିଲା। ଏଥିରେ ଅଧିକାଂଶ ଆବାସ, ଟିକସ ପ୍ରଶାସନ ଭଳି ଦୀର୍ଘକାଳୀନ ନୀତିଗତ ପରିବର୍ତ୍ତନ ଥିଲା। ଏସବୁ ଭଲ ଥିଲେ ମଧ୍ୟ ସାମନ୍ୟ ଆର୍ଥିକ ଉେତ୍ତଜନା ଥିବାରୁ ହ୍ରାସ ପାଇଯାଇଥିଲା। ବାସ୍ତବ ପକ୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ସଞ୍ଚୟ ବୃଦ୍ଧି ହୋଇଥିଲା। ପିଏସୟୁ ଓ ଅନ୍ୟାନ୍ୟ ନିବେଶ କେବଳ ଭବିଷ୍ୟବାଣୀ ଥିଲା।

ଯେତେବେଳେ ଏଭଳି ଘୋଷଣା ହେଉଥିଲା ସେତେବେଳେ ପିଏସୟୁରୁ ଅବସର ନେଇଥିବା ଜଣେ ସିଏମଡ଼ି ମୋ ପାଖରେ ଥିଲେ। ତାଙ୍କର ସେୟାର ମୂଲ୍ୟ ମୋ ସହିତ ବଢ଼ୁଥିଲା। ସେ ଏହି ଘୋଷଣାକୁ ଭଲ ବୋଲି କହିଥିଲେ। ଏବେ ସରକାରୀ ନିବେଶ ବଢ଼ିବା ସହିତ କର୍ପୋରେଟ ସେକ୍ଟର ଲାଭ କରିବ ବୋଲି ମୁଁ କହିବାରୁ ସେ କହିଲେ କେବଳ ଘୋଷଣା ଓ ଚିଠି ଆଧାରରେ ଅନୁଭବୀ ପିଏସୟୁ ମୁଖ୍ୟମାନେ କମ୍ପାନୀର ଅର୍ଥକୁ ନିବେଶ କରିବେ ନାହିଁ।

କାରଣ ଯେତେବେଳେ ସେମାନେ ସିଏଜି, ସଂସଦୀୟ କମିଟି ଓ ଗଣମାଧ୍ୟମଦ୍ୱାରା ଯାଞ୍ଚର ସମ୍ମୁଖୀନ ହୋଇଥାନ୍ତି ସେତେବେଳେ ବ୍ୟବସାୟିକ କ୍ଷତି ସହିତ ଏସମ୍ପର୍କୀତ ନିର୍ଣ୍ଣୟ ନେବା ପାଇଁ ତାଙ୍କ ସପକ୍ଷରେ କେହି ନ ଥାନ୍ତି। ଯଦି କମ୍ପାନୀର ସମ୍ୱଳର ନିବେଶରେ ଭଲ ଲାଭ ନ ମିଳେ ଓ ବ୍ୟାବସାୟିକ ଅର୍ଥ ନିବେଶ ସୁରକ୍ଷିତ ନଥାଏ ତେବେ ସେ ବିପଦରେ ପଡ଼ିପାରନ୍ତି। କିନ୍ତୁ ଯଦି ତାଙ୍କୁ କମ ସୁଧରେ ଅଧିକ ଅର୍ଥ ମିଳିଥାଏ ତେବେ ସେ ନିବେଶ କରିବେ। କାରଣ କମ୍ପାନୀ ପାଇଁ ଏହି ନିବେଶ ଆର୍ଥିକ ରୂପରେ ସହାୟକ ହୋଇଥାଏ। ଏହାକୁ ଅର୍ଥମନ୍ତ୍ରୀ ପିଏସୟୁ ପାଇଁ କମ ସୁଧ ଦରରେ ଅର୍ଥ ଯୋଗଡ଼ କରିନାହାନ୍ତି, କାରଣ ପାଣ୍ଠି ସଂଗ୍ରହ ପାଇଁ ତାଙ୍କ ପାଖରେ ଅର୍ଥ ନ ଥିଲା।

ଆର୍ଥିକ ପ୍ରୋତ୍ସାହନ ପାଇଁ ଅର୍ଥମନ୍ତ୍ରୀ ଅଗଷ୍ଟରେ କହିଥିଲେ। ଏହାର ଅର୍ଥ ହେଉଛି ୨୦୨୦ ପ୍ରଥମ ଭାଗରେ ଅର୍ଥବ୍ୟବସ୍ଥାରେ ( ୬ମାସର ବ୍ୟବଧାନ ନିବେଶ ନିଷ୍ପତ୍ତି ଓ ପରିଣାମ ମଧ୍ୟରେ ଅନୁମାନ) ପରିବର୍ତ୍ତନ ଆସିବ। କିନ୍ତୁ ସେପରି କିଛି ହେଲାନାହିଁ। ଏବେ ଦୁଃଖଦ ପରିଣାମ ସମାନରେ ରହିଛି।

ଅଧିକାଂଶ ଟିପଣୀକାର ଏବେ ୨୦୧୯/୨୦ର ଦ୍ୱିତୀୟ ତିନି ମଙ୍କସର ଅନୁମାନ ଉପରେ ପ୍ରଶ୍ନ ଉଠାଇଲେଣି। ନିର୍ମାଣ କ୍ଷେତ୍ରରେ ୨୦୧୯/୨୦ର ପ୍ରଥମ ଛ’ମାସରେ ନକାରାତ୍ମକ ବୃଦ୍ଧି ହାର ଦର୍ଶାଇଥିବାବେଳେ ବିକାଶ ହାର ୪ରୁ ୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଦିଲ୍ଲୀରେ କିଛି ଆଶା କରାଯାଉଥିବାବେଳେ ପଶ୍ଚିମ ଭାରତରେ ଦୁନିଆର ଅଜବ ଚିନ୍ତାଧାରା ରହିଛି। ସରକାରଙ୍କ ଆଦେଶ ବଢ଼ିପାରୁନାହିଁ। ୨୦୧୯ ଆର୍ଥିକ ବର୍ଷର ବଜେଟ ତୁଳନାରେ ସରକାରୀ ଖର୍ଚ୍ଚ ପ୍ରାୟ ୧୫୦ କୋଟି କମ ଥିଲା। ଏଥିପାଇଁ ସଂଶୋଧିତ ଅନୁମାନ ସହିତ ବଜେଟ ଅନୁମାନ ନ କରିବାକୁ ମୋର ତର୍କ ଏକ ପରିସଂଖ୍ୟାନ ହଂସ ଗୀତ ନୁହେଁ, କିନ୍ତୁ ଏହା ବ୍ୟାବସାୟିକ ପ୍ରସ୍ତାବ।

ଯଦି ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପରିମାଣ ବୃଦ୍ଧି ପାଏ ତେବେ କର୍ପୋରେଟ କ୍ଷେତ୍ର ଆଗେଇବା ପାଇଁ ଏହାକୁ ଅପେକ୍ଷା କରିଛି। କ୍ଷମତାର ସଦୁପଯୋଗ ହେବା ମାତ୍ରେ ସେମାନଙ୍କ ପାଇଁ ଅଧିକ ଯୋଗାଣ ଆଦେଶ ଆସିବ। ନିଯୁକ୍ତି ବୃଦ୍ଧି ହେଲେ ରୋଜଗାର ବଢ଼ିବା ସହିତ ବ୍ୟକ୍ତିଗତ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଯଦି ସରକାର ଆଗାମୀ ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ନ କରନ୍ତି ଆମେ ଖୁସି ହେବୁ।

ଏହାସବୁ ପ୍ରାରମ୍ଭିକ ମାଇକ୍ରୋ ଅର୍ଥନୀତି, ରକେଟ ନୁହେଁ। ମୋ ଦେଶ ସମ୍ମାନ ପାଇଁ ମୁଁ ଭୂଲ ହୋଇପାରେ ଓ ପ୍ରାର୍ଥନା କରୁଛି, ଅର୍ଥନୀତି ଏକ ନିରାଶଜନପକ ବିଜ୍ଞାନ। ମୋର ଇଚ୍ଛା ଆମକୁ ସୌଭାଗ୍ୟ ମିଳୁ। କିନ୍ତୁ ମୋର ଗୁରୁଙ୍କୁ ତିନି ଦଶକ ତଳେ ନୋବେଲ ପୁରଷ୍କାର ମିଳିଥିଲା । ଅନେକ ଥର ମୋର ପୁର୍ବାନୁମାନ ଠିକ ପ୍ରମାଣିତ ହୋଇଛି। କିନ୍ତୁ, ଦୁର୍ଭାଗ୍ୟବଶତଃ ଏହା ଆହୁରି ଖରାପ ହେବା ପୂର୍ବରୁ ଠିକ ହେବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନିଷ୍ପତ୍ତି ଓ ପରିଣାମ ମଧ୍ୟରେ ଏବେ କେବଳ ଛ’ମାସ ସମୟ ରହିଛି ।

ଯୋଗୀନ୍ଦର କେ. ଅଲଗ

ABOUT THE AUTHOR

...view details