କୋଝିକୋଡ: କେରଳ କୋଝିକୋଡ ସ୍ଥିତି କଲିକଡ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ବିମାନ ଦୁର୍ଘଟଣା ପରର ପ୍ରଥମ ପାଞ୍ଚ ମିନିଟ ସବୁ କିଛି ବଦଳାଇ ଦେଇଥିଲା । ବିମାନ ଆଇଏକ୍ସ-1344 ଦୁର୍ଘଟଣାର ତୁରନ୍ତ ପରେ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକେ ତୁରନ୍ତ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ସେଠାରେ ନିୟୋଜିତ ଥିବା ସିଆଇଏସଏଫ ଯବାନମାନଙ୍କ ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଥିଲା ।
କୋଝିକୋଡ ବିମାନ ଦୁର୍ଘଟଣା ପରର ସେହି ପ୍ରଥମ 5 ମିନିଟ୍ - କେରଳ ବିମାନ ଦୁର୍ଘଟଣା
ଏହି ବିମାନ ଦୁର୍ଘଟଣାରେ 2 ପାଇଲଟଙ୍କ ସମେତ 18 ଜଣଙ୍କ ଜୀବନ ଯାଇଛି । 150 ରୁ ଅଧିକ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ କୋଭିଡ ପରୀକ୍ଷା କରାଯିବ । ଅଧିକ ପଢନ୍ତୁ...
ଗତ 7 ତାରିଖ ଦିନ ଅର୍ଥାତ ଘଟଣା ଦିନ, ଦୁବାଇରୁ 190 ଜଣ ଯାତ୍ରୀଙ୍କୁ ଧରି ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସନ୍ଧ୍ୟା 07.40 ରେ କାଲିକଟ ବିମାନବନ୍ଦର ବର୍ଷା ପ୍ଲାବିତ ରନୱେରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଖସି ଯାଇଥିଲା । ବିମାନଟି 35 ଫୁଟ ତଳକୁ ଖସି ଯିବା ଫଳରେ ଦୁଇ ଭାଗ ହୋଇଥିଲା । ଏହି ସମୟରେ ଘଟଣାସ୍ଥଳ ଫାଟକ ନଂ 8ରେ ଉପସ୍ଥିତ ଥିବା ସିଆଇଏସଏଫ ସବଇନ୍ସପେକ୍ଟର ଅଜିତ ସିଂ ଏ ସମ୍ପର୍କରେ ସିଆଇଏସଏଫ ନିୟନ୍ତ୍ରଣ କକ୍ଷକୁ ତୁରନ୍ତ ଅବଗତ କରାଇଥିଲେ । 07.41ରେ ସେଠାରୁ ବିମାନ ବନ୍ଦରର ଏୟା ଟ୍ରାଫିକ କଣ୍ଟ୍ରୋଲ ଏବଂ ସିଆଏସଏଫର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଟିମକୁ ଆଲର୍ଟ କରିଥିଲେ। 07.42ରେ ବିମାନବନ୍ଦରର ଅଗ୍ନି ନିର୍ବାପକ କେନ୍ଦ୍ରକୁ ସତର୍କ ଜାରି କରାଯାଇଥିଲା ।
ସେହିପରି 07.43ରେ ବେଳକୁ ବିମାନ ବନ୍ଦରର ସ୍ବାସ୍ଥ୍ୟ ବିଭାଗକୁ ସିଆଇଏସଏଫ କୁ ସୂଚନା ଦିଆଯାଇଥିଲା । 07.44ରେ ବିମାନବନ୍ଦରର ଟର୍ମିନାଲ ମ୍ୟାନେଜରଙ୍କୁ ସିଆଇଏସଏଫ ନିୟନ୍ତ୍ରଣ କକ୍ଷ ଯୋଗାଯୋଗ କରିବା ସହ ବିମାନବନ୍ଦରର ଅଧ୍ୟକ୍ଷଙ୍କୁ ଜଣାଇଥିଲେ । 07.45 ବେଳକୁ ନିୟନ୍ତ୍ରଣ କକ୍ଷରୁ ସ୍ଥାନୀୟ ପୋଲିସ ସମେତ ସିଆଇଏସଏଫ ଅନ୍ୟ ଶାଖାକୁ ମଧ୍ୟ ସତର୍କ କରାଯାଇଥିଲା । ଯାହା ଫଳରେ ଦୁର୍ଘଟଣାର ମାତ୍ର 5 ମିନିଟ ମଧ୍ୟରେ ବିଭିନ୍ନ ଉଦ୍ଧାରକାରୀ ଦଳ ସମେତ ସ୍ଥାନୀୟ ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପାରିଥିଲେ ।