ଓଡିଶା

odisha

ETV Bharat / bharat

କ'ଣ ଏହି ବାଦଲଫଟା ବର୍ଷା, ପଢନ୍ତୁ......

ବାଦଲଫଟା ବର୍ଷାରେ ଅସ୍ତବ୍ୟସ୍ତ ଉତ୍ତରଭାରତର କିଛି ଅଞ୍ଚଳ । ନଷ୍ଟ ହେଲାଣି ଅନେକ ଧନଜୀବନ ।

By

Published : Aug 20, 2019, 5:08 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ହିମାଚଳ ପ୍ରେଦେଶ ଓ ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ବହୁତ ଥର ଏଭଳି ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଛି । ସୂଚନାନୂସାରେ, ବର୍ଷା ଯେତବେଳେ ଚରମ ରୂପ ନିଏ ଆଉ ଆବଶ୍ୟକତାଠାରୁ ବର୍ଷିବାର ବେଗ ଅତ୍ୟଧିକ ହୋଇଯାଏ ତେବେ ଏହାକୁ ବାଦଲ ଫଟା ବର୍ଷା କୁହାଯାଏ ।

କ'ଣ ଏହି ବାଦଲଫଟା ବର୍ଷା ?

ସମାନ୍ୟ ବାଦଲ ଫାଟିବା ପରେ କିଛି ସମୟ ମୂଷଳଧାରା ଠାରୁ ମଧ୍ୟ ଅତ୍ୟଧିକ ବେଗରେ ବର୍ଷା ହୋଇଥାଏ । ଏହାଦ୍ବାରା ଏତେ ପାଣି ବର୍ଷିଥାଏ ଯେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯାଏ । ଏହି ଘଟଣା ପୃଥିବୀ ଠାରୁ 15 କିମିର ଉଚ୍ଚତାରେ ହୋଇଥାଏ । ଆଉ ପ୍ରତି ଘଣ୍ଟାରେ 100 ମିଲିମିଟର ପାଣି ବର୍ଷିଥାଏ । ଯାହାକୁ କୁହାଯାଏ ବାଦଲ ଫଟା ବର୍ଷା । ମାତ୍ର କିଛି ସମୟ ମଧ୍ୟରେ 2 ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥାଏ । ଯାହାଦ୍ବାରା ଚତୁର୍ଦିଗ ଜଳମୟ ହୋଇଯାଏ । ଆଉ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଥାଏ । ତେବେ ବୈଜ୍ଞାନିକ ଭାଷାରେ ବାଦଲ ଫଟା ବର୍ଷା ଏକ ବେଲୁନ ଫାଟିବା ପରି ହୋଇଥାଏ ।

କ'ଣ କୁହନ୍ତି ବୈଜ୍ଞାନିକ

ପାଣିପାଗ ବିଭାଗର ସୂଚନାନୂଯାୟୀ, ଯେତବେଳେ ବାଦଳରେ ଅତ୍ୟଧିକ ମାତ୍ରାରେ ଆଦ୍ରତା ହୋଇଯାଏ ଆଉ ଆକଶରେ ଭାଷିବା ସମୟରେ ବାଦଲ ସହ ବାଦଲହ ମାଡ ହୋଇଯାନ୍ତି ତେବେ ଏପରି ସ୍ଥିତରେ କେତେକ ଅଞ୍ଚଳରେ ଏକ ଲକ୍ଷ ଲିଟର ପାଣି ଏକାସାଙ୍ଗରେ ବର୍ଷିଥାଏ । ଯାହାଦ୍ବାରା ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ । ଭାରତ କଥା ଯେତବେଳେ କୁହାଯାଏ ତେବେ ବାଦଲ ଗୁଡିକ ଏକାସାଙ୍ଗରେ ଭାସି ଉତ୍ତର ଦିଗକୁ ବଢିବା ସମୟରେ ହିମାଳୟ ପର୍ବତ ତାଙ୍କ ପାଇଁ ବଡ ପ୍ରତିବନ୍ଧକ ସାଜିଥାଏ । ଏହା ବ୍ୟତୀତ ବାଦଲରେ କିଛି ଗରମ ପବନ ମାଡ ହେବାଦ୍ବାରା ମଧ୍ୟ ବାଦଲ ଫଟା ବର୍ଷା ହୋଇଥାଏ । ତେବେ 26 ଜୁଲାଇ 2005ରେ ମୁମ୍ବାଇରେ ଯେଉଁ ବନ୍ୟା ସୃଷ୍ଟି ହୋଇଥିଲା ବାଦଲ ଫାଟିବା ଯୋଗୁଁ , କିନ୍ତୁ ବାଦଲ ପାଇଁ କୌଣସି ବାଧକ ସାଜିନଥିଲା ଗରମ ପବନ ମାଡ ହେବାରୁ ମୂଷଳଧାରାରେ ବର୍ଷା ହେବାକୁ ଲାଗିଥିଲା ।


ବାଦଲ ଫଟା ବର୍ଷାରେ କେଉଁସ୍ଥାନ ହୋଇଛି ପ୍ରଭାବିତ

2005ରେ ମୁମ୍ବାଇରେ ବର୍ଷା ହେବା ବ୍ୟତୀତ, 18 ଜୁଲାଇ 2009ରେ ପାକିସ୍ତାନରେ ମଧ୍ୟ ଅତି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେତବେଳେ 2 ଘଣ୍ଚାରେ 250 ମିଟର ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ଅଗଷ୍ଟ 6 ତାରିଖ 2010 ମସିହାରେ ଜମ୍ମୁ କଶ୍ମୀରର ଲଦାଖ ଅଞ୍ଚଳ ଲେହସହ ପୁରା ଜଳରେ ଧ୍ବଂସ ହୋଇଯାଇଥିଲା । ଏଥିରେ 115 ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 300ରୁ ଅଧିକ ଗୁରୁତର ହୋଇଥିଲେ । ତେବେ 2013 ମସିହା ଜୁନ 17ରେ ସବୁଠୁ ପ୍ରଳୟଙ୍କାରୀ ପରିସ୍ଥିତି ସୃଷ୍ଟି ହୋଇଥିଲା ଉତ୍ତରାଖଣ୍ଡରେ । ବାଦଲ ଫଟା ବର୍ଷା ଯୋଗୁଁ 10 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା

ABOUT THE AUTHOR

...view details