ନୂଆଦିଲ୍ଲୀ: ପ୍ରାୟତଃ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ଛୋଟ ମୋଟ କଥାକୁ ନେଇ ଝଗଡା ହୋଇଥାଏ । ବେଳେବେଳେ ଏହି ଝଗଡା ଡିଭୋର୍ସ ବା ଛାଡପତ୍ର ପର୍ଯ୍ୟନ୍ତ ଚାଲିଆସେ । ଭାରତରେ ଛାଡପତ୍ର ଏକ ସାଧାରଣ କଥା ହୋଇଗଲାଣି । ବିବାହର ପବିତ୍ର ବନ୍ଧନକୁ ଭାଙ୍ଗିବା ପାଇଁ ଏପରି କରାଯିବା ଉଚିତ୍ ନୁହେଁ । ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଭୁଲ ବୁଝାମଣା ହେଉଛି, ଆଉ ପ୍ରତ୍ୟେକ ଦିନ ଘରେ ଆଉ ଉଭୟଙ୍କ ଜୀବନରେ ଅଶାନ୍ତି ଲାଗି ରହୁଛି, ତେବେ ଏହା ରାସ୍ତାହିଁ ଏକମାତ୍ର ବିକଳ୍ପ ଥାଏ ।
ଭାରତରେ ଛାଡପତ୍ର ଦୁଇଟି ଉପାୟରେ ଦିଆଯାଇଥାଏ । ପ୍ରଥମତଃ ପାରସ୍ପରିକ ସହମତି ଅନୁଯାୟୀ ଏବଂ ଦ୍ୱିତୀୟଟି ହେଉଛି କେବଳ ଜଣେ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜମେ ଛାଡପତ୍ର ଦେବାକୁ ଚାହାଁନ୍ତି । ପାରସ୍ପରିକ ସମ୍ମତି ଦ୍ୱାରା ଦେଶରେ ଛାଡପତ୍ର ବହୁତ ସହଜ ଅଟେ । ଯେତେବେଳେ ଛାଡପତ୍ର କଥା ଆସେ, ରକ୍ଷଣାବେକ୍ଷଣ ଭତ୍ତା ଏବଂ ଶିଶୁଙ୍କ ସୁରକ୍ଷା କଥା ଉଠେ । ଆଉ ରକ୍ଷଣାବେକ୍ଷଣ ଭତ୍ତାର ସୀମା ସ୍ଥିର ହୋଇନଥାଏ, ଏହାକୁ ସ୍ୱାମୀ ଏବଂ ସ୍ତ୍ରୀ ମିଶି ଏହା ସ୍ଥିର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାମୀଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ନିଷ୍ପତ୍ତି ନେଇଥାନ୍ତି । ଯଦି କୋର୍ଟ ଅନୁଭବ କରନ୍ତି ଯେ, ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ଭଲ, ତେବେ ସ୍ତ୍ରୀ ଅଧିକ ଭତ୍ତା
ପାଇବେ।
ଏଥି ସହିତ, ଛାଡପତ୍ରରେ ଶିଶୁ ସୁରକ୍ଷା ଏକ ବଡ ସମସ୍ୟା ବୋଲି ପ୍ରମାଣିତ କରେ । ଛାଡପତ୍ର ପରେ ଯଦି ସ୍ୱାମୀ ସ୍ତ୍ରୀଙ୍କ ସମ୍ମତି ଥାଏ, ତେବେ ଉଭୟ ପିଲାମାନଙ୍କର ଯତ୍ନ ନେଇପାରିବେ । ଭାରତରେ ଏହି ନିୟମ ରହିଛିଯେ, ଯଦି ଶିଶୁର ବୟସ 7 ବର୍ଷରୁ କମ୍, ତେବେ ପିଲାଟି ମା’ଙ୍କୁ ଦିଆଯାଇଥିବାବେଳେ ଯଦି ପିଲାଟିର ବୟସ 7 ବର୍ଷରୁ ଅଧିକ, ତେବେ ଏହା ପିତାଙ୍କୁ ଦିଆଯାଇଥାଏ। ତେବେ ଏଥିରେ ଏକ ବ୍ୟବସ୍ଥା ମଧ୍ୟ ଅଛି ଯେ ଯଦି ପିତା କୋର୍ଟରେ ପ୍ରମାଣ କରନ୍ତି ମା’ଙ୍କ ଅପେକ୍ଷା ଭଲ ଯତ୍ନ ନେଇ ପାରିବେ, ଏହା ସ୍ତତ୍ବେ କୋର୍ଟ ମଧ୍ୟ 7 ବର୍ଷରୁ କମ ପିଲାମାନଙ୍କୁ ମା’ଙ୍କ ପାଖରେ ରହିବାର ଅନୁମତି ମିଳିଥାଏ ।
ପାରସ୍ପରିକ ସମ୍ମତି ଛାଡପତ୍ର
ଯଦି ସ୍ୱାମୀ-ସ୍ତ୍ରୀ ପାରସ୍ପରିକ ଚୁକ୍ତି ଦ୍ୱାରା ଛାଡପତ୍ର ଦେବାକୁ ଚାହାଁନ୍ତି, ତେବେ ଏକ ସର୍ତ୍ତ ଅଛି ଯେ ଉଭୟେ ଏକ ବର୍ଷ ପାଇଁ ଅଲଗା ହୋଇ ରହୁଛନ୍ତି । ଏହା ବ୍ୟତୀତ ଉଭୟଙ୍କୁ କୋର୍ଟରେ ଏକ ପିଏଲ ଦାଖଲ କରିବାକୁ ପଡିବ ଯାହାକୁ ଆମେ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ଦେବାକୁ ଚାହୁଁଛୁ । ଏକାସାଙ୍ଗରେ, କୋର୍ଟ ଉଭୟଙ୍କ ଆଗ୍ରହକୁ ରେକର୍ଡ କରନ୍ତି ଏବଂ ସେମାନଙ୍କୁ ଦସ୍ତଖତ କରିବାକୁ କୁହନ୍ତି । ଏହା ପରେ ଉଭୟ ସମ୍ପର୍କକୁ ବଞ୍ଚାଇବାକୁ ବିଚାର କରିବାକୁ କୋର୍ଟ 6 ମାସ ସମୟ ଦେଇଥାନ୍ତି । ଯେତେବେଳେ 6 ମାସ ସମାପ୍ତ ହେବ ଏବଂ ଉଭୟଙ୍କ ମଧ୍ୟରେ କୌଣସି ଭଲ ସମ୍ପର୍କ ହୋଇନଥାଏ, ତେବେ କୋର୍ଟ ଏହାର ଅନ୍ତିମ ରାୟ ଦେଇଥାନ୍ତି ।