ଓଡିଶା

odisha

By

Published : Apr 2, 2019, 10:18 AM IST

ETV Bharat / bharat

କେରଳରେ ସାବରିମାଳା ଖୋଲିବ କି ବିଜେପିର ଖାତା?

ସର୍ଭେ ରିପୋର୍ଟ ଅନୁସାରେ ଏଥର ଲୋକସଭା ନିର୍ବାଚନରରେ ରାଜ୍ୟର 20ଟି ଆସନରୁ କଂଗ୍ରେସ ଅର୍ଦ୍ଧାଧିକ ସିଟ ପୋଛି ନେବ। ତେବେ ସାବରିମାଳା ପ୍ରସଙ୍ଗ ବିଜେପି ପାଇଁ ଏକ ଅସ୍ତ୍ର ହୋଇପାରିବ ବୋଲି ମଧ୍ୟ କେତେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

ଡିଜାଇନ ଫଟୋ

ଥିରୁବନନ୍ତପୁରମ: ଆଉ କେଇଟା ଦିନ ପରେ ଦେଶରେ ଅନୁଷ୍ଠିତ ହେବ ଗଣତନ୍ତ୍ରର ମହାପର୍ବ। ସମସ୍ତ ରାଜନୈତିକ ଦଳ ପକ୍ଷରୁ ଯୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଏଥର ଏହି ମହାପର୍ବରେ ଚର୍ଚ୍ଚାରେ ରହିଛି କେରଳରେ ବିଜେପିର ରାଜନୀତି। ଗତ ଲୋକସଭା ନିର୍ବାଚନରେ ଦଳ ଖାତା ଖୋଲି ନଥିବାବେଳେ ଏବେ ସାବରିମାଳା ପ୍ରସଙ୍ଗ ଦଳ ପାଇ କେତେ ଫାଇଦା ହେବ ସେ ନେଇ ଚାଲିଛି ଅଙ୍କ କଷା।

କେରଳରେ ରହିଛି ବାମ ସାମୁଖ୍ୟ ଏବଂ କଂଗ୍ରେସର ଦବଦବା। 2016ର ବିଧାନସଭା ନିର୍ବାଚନରେ 140ଟି ଆସନ ମଧ୍ୟରୁ ସିପିଏମ୍‌ ନେତୃତ୍ୱାଧିନ ବାମ ସାମୁଖ୍ୟ 90ଟି ଆସନରେ ବାଜିମାତ କରିଥିଲା। କଂଗ୍ରେସ ଏବଂ ଏହାର ସମର୍ଥକଙ୍କୁ 47ଟି ମିଳିଥିଲା। କିନ୍ତୁ ଗୋଟିଏ ଆସନ ସହ ରାଜ୍ୟରେ ନିରାଶ ହୋଇଥିଲା ବିଜେପି। ସେହିପରି ଲୋକସଭା ନିର୍ବାଚନରେ ଖାତା ଖୋଲିବାକୁ ମଧ୍ୟ ସୁଯୋଗ ମିଳିନଥିଲା। ଅନ୍ୟପଟେ କିଛି ରାଜନୈତିକ ସର୍ଭେ ରିପୋର୍ଟ ବିଜେପିର ମନବଳକୁ ଦୁର୍ବଳ କରିଛି।

କେତେକ ସର୍ଭେ ରିପୋର୍ଟ ଅନୁସାରେ ଏଥର ଲୋକସଭା ନିର୍ବାଚନରରେ ରାଜ୍ୟର 20ଟି ଆସନରୁ କଂଗ୍ରେସ ଅର୍ଦ୍ଧାଧିକ ସିଟ ପୋଛି ନେବ। ଆଇ ଦ୍ୱିତୀୟ ସ୍ଥାନରେ ରହିବେ ବାମ ସାମୁଖ୍ୟ। ତେବେ ନିକଟରେ ସାବରିମାଳା ମନ୍ଦିରରେ ମହିଳାଙ୍କୁ ପ୍ରବେଶ ପ୍ରସଙ୍ଗ ବିଜେପି ପାଇଁ ଏକ ଅସ୍ତ୍ର ହୋଇପାରିବ ବୋଲି ମଧ୍ୟ କେତେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

ବର୍ଷ ବର୍ଷ ଧରି ମହିଳାଙ୍କୁ ସାବରିମାଳା ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରାଇ ଦିଆଯାଉନଥିଲା। କିନ୍ତୁ ବିଜେପି ଶାସିତ କେନ୍ଦ୍ରସରକାରଙ୍କ ସହାୟତାରେ ସେହି ପରମ୍ପରାକୁ ବନ୍ଦ କରିବାକୁ ଆଇନ ତିଆରି ହୋଇଛି। ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ସୁଦ୍ଧା ମାମଲା ଏବେ ବି ବିବାଦୀୟ ହୋଇ ରହିଛି। କିନ୍ତୁ କେନ୍ଦର ସେହି ପଦକ୍ଷେପରେ କେରଳର ମହିଳାମାନେ ଖୁବ ସନ୍ତୁଷ୍ଟ ଅଛନ୍ତି।

ସେପଟେ ବାମ ଏବଂ କଂଗ୍ରେସ ସାମ୍ମୁଖ୍ୟ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଗଲାଣି। ଏଥର ଖୋଦ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅମେଥି ସହ କେରଳରୁ ମଧ୍ୟ ନିର୍ବାଚନ ଲଢିବେ। ବିଜେପି ମଧ୍ୟ ଏହି ଦୁଇ ସାମ୍ମୁଖ୍ୟକୁ ମାତ ଦେବାକୁ ଫୁଲ ଦମରେ ଟେଷ୍ଟା ଚଳାଇଛି । ତେବେ ମହିଳାଙ୍କୁ ଅସ୍ତ୍ର କରି ଏଥରର ଲୋକସଭା ଆସନରେ ବିଜେପି ତାର ଖାତା ଖୋଲିବ ନା ପୂର୍ବପରି ଶୁଖିଲାରେ ରହିବ, ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡିବ।

ABOUT THE AUTHOR

...view details