ନୂଆଦିଲ୍ଲୀ: ଦଶହରା ଏବଂ ଦୀପାବଳି ସମୟରେ ବିଭିନ୍ନ ରୁଟରେ 12 ଟି ସ୍ୱତନ୍ତ୍ର ଟ୍ରେନର 156ଟି ଟ୍ରିପ ଯାତ୍ରା କରାଯିବ ବୋଲି ୱେଷ୍ଟର୍ଣ୍ଣ ରେଳୱେ (ଡବ୍ଲୁଆର) କହିଛି ।
ଦଶହରା ପାଇଁ ଗଡିବ 12ଟି ସ୍ୱତନ୍ତ୍ର ଟ୍ରେନ - ୱେଷ୍ଟର୍ଣ୍ଣ ରେଳୱେ
ଦଶହରା ଏବଂ ଦୀପାବଳି ସମୟରେ ବିଭିନ୍ନ ରୁଟରେ 12 ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଏନେଇ ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଳୱେ (ଡବ୍ଲୁଆର) କହିଛି ।

ଦଶହରା ପାଇଁ 12ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ ୱେଷ୍ଟର୍ଣ୍ଣ ରେଳୱେ
ଏହି 12 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟରୁ ପାଞ୍ଚ ପେୟାର ( ଯୋଡି) ଟ୍ରେନ ବାନ୍ଦ୍ରା ଟର୍ମିନସ୍, ଦୁଇ ପେୟାର ଚ୍ରେନ ଇନ୍ଦୋର ଏବଂ ଉଧନା, ଗୋଟିଏ ପେୟାର ଟ୍ରେନ ଓକା, ପୋରବନ୍ଦର ଏବଂ ଗାନ୍ଧୀଧାମ୍ ଷ୍ଟେସନରୁ ଚଳାଚଳ କରିବ ବୋଲି ଡବ୍ଲୁଆର କହିଛି ।
ଏହି ଟ୍ରେନ୍ଗୁଡ଼ିକ ପାଇଁ ଅକ୍ଟୋବର 17 ଅର୍ଥାତ୍ ଆଜିଠାରୁ ବୁକିଂ ଆରମ୍ଭ ହୋଇଛି । ଯାହାର ବୁକିଂ ଆପଣ ଅକ୍ଟୋବର 22 ତାରିଖ ମଧ୍ୟରେ କରିପାରିବେ ।
Last Updated : Oct 17, 2020, 12:21 PM IST