ନୂଆଦିଲ୍ଲୀ: ଚୀନର ଉହାନରୁ ଆରମ୍ଭ ହୋଇ ବିଶ୍ବର 127 ଦେଶକୁ ବ୍ୟାପିଛି କୋରୋନା ଭାଇରସ । ପାଖାପାଖି ସାଢେ ଚାରି ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ନେଇସାରିଲାଣି କୋରୋନା । ବର୍ତ୍ତମାନ ସୁଦ୍ଧା ଏହାର ପ୍ରତିକାର ଓ ଉପଚାର ପାଇଁ କୌଣସି ଔଷଧ, ଟୀକା ବାହାରି ନାହିଁ । କେବଳ ସତର୍କତା ଓ ହାତ ସଫା କରିବା ଦ୍ବାରା ଏହାକୁ ଏଡାଇ ଦିଆଯାଇପାରେ ବୋଲି ପରାମର୍ଶ ଦେଉଛନ୍ତି ବିଶେଷଜ୍ଞମାନେ । ଏପରି ସ୍ଥଳେ କୋରୋନା ସଚେତନତାକୁ ନେଇ ପଶ୍ଚିମତଟ ରେଳ ମଜାଦାର ଓ ସତର୍କତା ଅବଲମ୍ବନ ବାର୍ତ୍ତା ଦେଉଥିବା କିଛି ଫଟୋ ଟ୍ବିଟ କରିଛି ।
ବଲିଉଡ ଚର୍ଚ୍ଚିତ ସଂଳାପରେ ପଶ୍ଚିମତଟ ରେଳର କୋରୋନା ସଚେତନତା - ପଶ୍ଚିମତଟ ରେଳ
ପଶ୍ଚିମ ତଟ ରେଳ ବଲିଉଡ ଫିଲ୍ମର କିଛି ପ୍ରସିଦ୍ଧ ଫିଲ୍ମର ଚର୍ଚ୍ଚିତ ସଂଳାପକୁ ନେଇ ନିଜ ଅଫିସିଆଲ ପେଜରେ ଫଟୋ ସେୟାର କରିଛି । ବଲିଉଡର ବହୁ ଚର୍ଚ୍ଚିତ ଖଳଅଭିନେତା ଗବ୍ବର ସିଂହଙ୍କ ସଂଳାପ ମାଧ୍ୟମରେ କୋରୋନା ଠାରୁ ନିଜକୁ ରକ୍ଷା କରିବା ସଚେତନତା ବାର୍ତ୍ତା ଦେଇଛି ପଶ୍ଚିମତଟ ରେଳ । ଅଧିକ ପଢନ୍ତୁ...
ପଶ୍ଚିମ ତଟ ରେଳ ବଲିଉଡ ଫିଲ୍ମର କିଛି ପ୍ରସିଦ୍ଧ ଫିଲ୍ମର ଚର୍ଚ୍ଚିତ ସଂଳାପକୁ ନେଇ ଫଟୋ ସେୟାର କରିଛି । ବଲିଉଡର ବହୁ ଚର୍ଚ୍ଚିତ ଖଳଅଭିନେତା ଗବ୍ବର ସିଂହଙ୍କ ସଂଳାପ ମାଧ୍ୟମରେ କୋରୋନା ଠାରୁ ନିଜକୁ ରକ୍ଷା କରିବା ସଚେତନତା ବାର୍ତ୍ତା ଦେଇଛି ପଶ୍ଚିମତଟ ରେଳ । ସୂଚନା ଯେ, COVID-19ର କାୟା ବିସ୍ତାର ଓ ଏହା ଭାରତରେ ପ୍ରବେଶ ପରଠାରୁ ସୋସିଆଲ ମିଡିଆରେ ମିଡିଆ ମଜାଳିଆ ମିମ, ଜୋକ, ଭିଡିଓ, ଜିଏଫ ସେୟାର କରାଯାଉଛି ।
ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବରେ 1.5 ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ଏଥିସହ କୋରୋନାରେ 4586ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି । ଭାରତରେ 81 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବ ବେଳେ ଦେଶରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ‘ମହାମାରୀ’ ଘୋଷଣା କରିଛି ।