ଓଡିଶା

odisha

ETV Bharat / bharat

ଟିକେଟ କ୍ୟାନ୍ସେଲ ବାବଦକୁ 400 କୋଟି ଫେରାଇବ ୱେଷ୍ଟର୍ଣ୍ଣ ରେଲୱେ - ଲକଡାଉନ

2026 କୋଟି ଟଙ୍କା ରାଜସ୍ବ କ୍ଷତି ପରେ ୱେଷ୍ଟର୍ଣ୍ଣ ରେଲୱେ କୋରୋନା ମହାମାରୀ ଲକଡାଉନ ସମୟରେ କ୍ୟାନ୍ସେଲ କରିଥିବା ଟିକେଟ ବାବଦକୁ 400 କୋଟି ଟଙ୍କା ଫେରସ୍ତ କରିବ ।

western railway
ଟିକେଟ କ୍ୟାନସେଲ ବାବଦରେ 400 କୋଟି ଟଙ୍କା ଫେରସ୍ତ କରିବ ୱେଷ୍ଟର୍ଣ୍ଣ ରେଲୱେ

By

Published : Aug 7, 2020, 1:09 PM IST

ମୁମ୍ବାଇ: 400 କୋଟି ଟଙ୍କା ଫେରସ୍ତ କରିବ ୱେଷ୍ଟର୍ଣ୍ଣ ରେଲୱେ । 2026 କୋଟି ଟଙ୍କା ରାଜସ୍ବ କ୍ଷତି ପରେ ୱେଷ୍ଟର୍ଣ୍ଣ ରେଲୱେ କୋରୋନା ମହାମାରୀ ଲକଡାଉନ ସମୟରେ କ୍ୟାନ୍ସେଲ କରିଥିବା ଟିକେଟ ବାବଦକୁ 400 କୋଟି ଟଙ୍କା ଫେରସ୍ତ କରିବ ।

ଏକ ବିବୃତ୍ତିରେ ୱେଷ୍ଟର୍ଣ୍ଣ ରେଲୱେ କହିଛି ଯେ, ମାର୍ଚ୍ଚ 1ରୁ ଅଗଷ୍ଟ 5 ମଧ୍ୟରେ କରାଯାଇଥିବା ଟିକେଟ କ୍ୟାନସେଲରେ ବିଭାଗ 410.18 କୋଟି ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥିରେ କେବଳ ମୁମ୍ବାଇ ଡିଭିଜନକୁ 197 କୋଟି ଟଙ୍କା ଫେରସ୍ତ ସରିଛି ।

ଏବେସୁଦ୍ଧା 63.13 ଲକ୍ଷ ଯାତ୍ରୀଙ୍କର ଟିକେଟ କ୍ୟାନସେଲ ହୋଇଛି । ସେମାନଙ୍କୁ କ୍ରମାଗତ ଭାବେ ସେମାନଙ୍କ ଟିକେଟ ପଇସା ଫେରସ୍ତ କରାଯିବ ବୋଲି ୱେଷ୍ଟର୍ଣ୍ଣ ରେଳୱେ କହିଛି ।

ଏପଟେ ୱେଷ୍ଟର୍ଣ୍ଣ ରେଳୱେ ସୁବୁରବନ 302 କୋଟି ଏବଂ ଅଣ-ସୁବୁରବନରୁ 1724 କୋଟିକୁ ମିଶାଇ ମୋଟ 2026 କୋଟି ଟଙ୍କା କ୍ଷତି ସହିଛି ।

ABOUT THE AUTHOR

...view details