କୋଲକାତା: ଧରାବତରଣ କରିଛନ୍ତି ଜଗତଜନନୀ ମା' ଦୁର୍ଗା । ପ୍ରତିବର୍ଷ ସାରା ଦେଶରେ ମାଆଙ୍କ ପୂଜା ବେଶ ଆଡମ୍ବରରେ ପାଳନ କରାଯାଏ । ହେଲେ କୋଲକାତର ପୂଜାର ରହିଛି ସ୍ବତନ୍ତ୍ରତା । ନଅ ଦିନ ଧରି ଖୁବ ଧୁମଧାମରେ ଲୋକେ ପାଳନ୍ତି ଶାରଦୀୟ ଦୁର୍ଗାପୂଜା ।
ପୂଜା ପେଣ୍ଡାଲରେ ଇଣ୍ଡୋ-ବାଂଲାଦେଶ ସୀମାବାସୀଙ୍କ କାହାଣୀ - showcase life in indo-bangladesh border
ଇଣ୍ଡୋ-ବାଲାଂଦେଶ ସୀମାକୁ ନେଇ ପୂଜା ପେଣ୍ଡାଲ । ବିଭିନ୍ନ ଥିମରେ ପାଳନ ହେଉଛି ଚଳିତ ବର୍ଷର ଦୁର୍ଗା ପୂଜା । ସୀମାରେ ଲୋକଙ୍କ ସ୍ଥିତି କିଭଳି ରହିଛି ଏହି ପେଣ୍ଡାଲରେ ପ୍ରଦର୍ଶନ କରାଯାଇଛି ।
![ପୂଜା ପେଣ୍ଡାଲରେ ଇଣ୍ଡୋ-ବାଂଲାଦେଶ ସୀମାବାସୀଙ୍କ କାହାଣୀ](https://etvbharatimages.akamaized.net/etvbharat/prod-images/768-512-4661302-thumbnail-3x2-gg.jpg)
ଫଟୋ ସୌଜନ୍ୟ: ଏଏନଆଇ
ଆଉ ଏଠାରେ ପ୍ରତିବର୍ଷ ବିଭିନ୍ନ ବିଷୟବସ୍ତୁ ନେଇ ତିଆରି ହୋଇଥାଏ ପୂଜା ପେଣ୍ଡାଲ । କେଉଁଠି ପୂରା ପ୍ଲାଷ୍ଟିକ ତ ଆଉ କେଉଁଠି ପୁରୁଣା ଜିନିଷକୁନେଇ ତିଆରି ହୋଇଛି ତୋରଣ ।
ଚଳିତ ବର୍ଷ କୋଲକାତାରେ ଏକ ପେଣ୍ଡାଲ ଇଣ୍ଡୋ-ବାଂଲାଦେଶ ସୀମାକୁ ନେଇ ତିଆରି ହୋଇଛି । ପେଣ୍ଡାଲର କାନ୍ଥରେ ଅଙ୍କା ହୋଇଛି ବନ୍ଧୁକ-ଗୁଳିର ଚିତ୍ର । ସୀମାରେ ଗୋଟିଏ ଛୋଟ ଗାଁ ଭଳି ଆପଣଙ୍କୁ ଲାଗିବ ଏହି ପେଣ୍ଡାଲ ।
TAGGED:
westbengal puja pandal