କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ‘ଭୂତୁଣୀ’। ସେଥିପାଇଁ ସେ ଭଗବାନ ରାମଙ୍କୁ ଭୟ କରୁଛନ୍ତି। ରବିବାର ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପି ପକ୍ଷରୁ ଏକ ରାଲି ଆୟୋଜିତ ହୋଇଛି।ଏହି ରାଲିରେ ଯୋଗ ଦେଇ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଶାଖା ଉପସଭାପତି ରାଜକୁମାରୀ କେଶରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ଉପରୋକ୍ତ ପ୍ରତିକ୍ରିୟା ରଖିଛନି।
‘ମମତା ବାନାର୍ଜୀ ଭୂତୁଣୀ, ସେ ଭଗବାନ ରାମଙ୍କୁ ଭୟ କରନ୍ତି’ - westbengal lattest news
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋଙ୍କ ଉପରେ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ବିଜେପି ଶାଖା ଉପସଭାପତି ରାଜକୁମାରୀ କେଶରୀ। ମମତା ବାନାର୍ଜୀ ଜଣେ ଭୂତୁଣୀ ବୋଲି କହିଛନ୍ତି ସେ। ଆଗକୁ ପଢନ୍ତୁ...
![‘ମମତା ବାନାର୍ଜୀ ଭୂତୁଣୀ, ସେ ଭଗବାନ ରାମଙ୍କୁ ଭୟ କରନ୍ତି’ ମମତା ବନାର୍ଜୀ ଭୂତୁଣୀ](https://etvbharatimages.akamaized.net/etvbharat/prod-images/768-512-5539962-thumbnail-3x2-gg.jpg)
ଏହା ସହିତ ରାଜକୁମାରୀ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ କୌଣସି ଯୋଗ୍ୟତା ନାହିଁ। ଭଗବାନ ରାମଙ୍କ ନାମ ଶୁଣିବା ମାତ୍ରେ ସେ କାରରୁ ବାହାରକୁ ଆସି ଲୋକଙ୍କୁ ଚେତାବନୀ ଦେଉଛନ୍ତି। ସେ ଭୁତୁଣୀ ବୋଲି ଭଗବାନ ରାମଙ୍କୁ ଭୟ କରୁଛନ୍ତି।’
ସିଏଏ, ଏନଆରସି ଏବଂ ଏନପିଆରକୁ ବିରୋଧ କରିଛନ୍ତି ମମତା ବାନାର୍ଜୀ। ରାଜ୍ୟରେ ଏହା ପ୍ରୟୋଗ ହେବା ନାହିଁ ବୋଲି ଟିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ରାଲି କରାଯାଉଛି। ଆସନ୍ତା ମାସ 1 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ହେବାକୁ ଥିବା ରାଲିରେ ଗହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଯୋଗ ଦେବେ। ଅନ୍ୟପଟେ ଟିଏମସିକୁ ଜବାବ ଦେବା ଉଦ୍ଦେଶ୍ୟରେ ବିଜେପି ମଧ୍ୟ ରାଲି କରୁଛି।