ନୂଆଦିଲ୍ଲୀ: ଆସନ୍ତା ଜୁନ 2021 ପର୍ଯ୍ୟନ୍ତ ଗରିବଙ୍କୁ ମାଗଣା ରାସନ ବାଣ୍ଟିବେ ପଶ୍ଚିମବଙ୍ଗ ସରକାର । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଜୁନ 2021 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ପରେ ମମତା ଏହି ଘୋଷଣା କରିଛନ୍ତି ।
ମୋଦିଙ୍କ ସମ୍ବୋଧନ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉପରେ ପର୍ଯ୍ୟବେଶିତ ଥିଲା । ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ନଭେମ୍ବର ଶେଷ ପର୍ଯ୍ୟନ୍ତ ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ ମୋଦି ।
ଏହା ଅଧିନରେ 800 ମିଲିୟନରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯିବ ବୋଲି ମୋଦି କହିଛନ୍ତି। ଏହି ଯୋଜନାର ସମ୍ପ୍ରସାରଣ ପ୍ରାୟ 90 ହଜାର କୋଟିରୁ ଅଧିକ ହେବ ବୋଲି ସେ କହିଛନ୍ତି। ତେବେ 3 ମାସ ପୂର୍ବରୁ ଲକଡାଉନ୍ ଆରମ୍ଭ ହେବା ପରଠାରୁ ପ୍ରାୟ 1.5 ଲକ୍ଷ କୋଟି ଖର୍ଚ୍ଚ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।