ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ପ୍ରଥମ କୋରୋନା ମୃତ୍ୟୁ, ଦେଶରେ 8

ପଶ୍ଚିମବଙ୍ଗରେ COVID-19ରେ ପ୍ରଥମ ମୃତ୍ୟୁ ରିପୋର୍ଟ ଆସିଛି । ଭାରତରେ Covid-19 ମାମଲା 415 କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ...

By

Published : Mar 23, 2020, 6:08 PM IST

ଫାଇଲ ଫଟୋ
ଫାଇଲ ଫଟୋ

କୋଲକାତା: ସାରା ଦେଶରେ କ୍ରମଶଃ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଉଛି । ଏପରିସ୍ଥଳେ ବିଭିନ୍ନ ରାଜ୍ୟରୁ ତାଜା ମୃତ୍ୟୁ ରିପୋର୍ଟ ମଧ୍ୟ ସାମ୍ନାକୁ ଆସୁଛି । ପଶ୍ଚିମବଙ୍ଗରେ COVID-19ରେ ପ୍ରଥମ ମୃତ୍ୟୁ ରିପୋର୍ଟ ଆସିଛି ।

ପଶ୍ଚିମବଙ୍ଗରେ ପ୍ରଥମ କୋରୋନା ମୃତ୍ୟୁ

ସୋମବାର 57 ବର୍ଷୀୟ ଆକ୍ରାନ୍ତ ବ୍ୟକ୍ତି ଏକ ଘରୋଇ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ଯାହା ପଶ୍ଚିମବଙ୍ଗରେ ପ୍ରଥମ ମହାମାରୀ କୋରୋନା ଭାଇରସ୍ ମୃତ୍ୟୁ ଖବର ବୋଲି ଜଣେ ଅଧିକାରୀ କହିଛନ୍ତି ।

57 ବର୍ଷୀୟ ବ୍ୟକ୍ତି ସଲ୍ଟ ଲେକ୍ ର ଆମ୍ରି ହସ୍ପିଟାଲର ଆଇସିସିୟୁରେ ଭେଣ୍ଟିଲେଟର ସହାୟତାରେ ରହିଥିଲେ । ପରେ ସୋମବାର ଅପରାହ୍ନରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି ।

କୋଲକାତାର ଉତ୍ତର ଉପକଣ୍ଠରେ ଥିବା ଦମ୍‌ଦମ୍‌ର ଏହି ବାସିନ୍ଦାଙ୍କ ଶନିବାର ସନ୍ଧ୍ୟାରେ କୋରୋନା ପରୀକ୍ଷା ପଜେଟିଭ ରିପୋର୍ଟ ଆସିଥିଲା ।

ଭାରତରେ Covid-19 ମାମଲା 415 କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସେହପରି ମହାମାରୀକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି । ସୋମବାର ଦେଶର ଅଧିକାଂଶ ସହର ଲକ୍‌ଡାଉନ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 8 ଜଣଙ୍କ ମୃତ୍ୟୁ ଘଟିଛି ।

@IANS ଇନପୁଟ

ABOUT THE AUTHOR

...view details