କୋଲକାତା: ଆଇସିଏମଆର ବିରୋଧରେ ଅଭିଯୋଗ ଆଣିଲା ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗ । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନିମ୍ନମାନର ପରୀକ୍ଷା କିଟ୍ ଯୋଗାଉଥିବାରୁ ରାଜ୍ୟରେ କୋରୋନା ପରୀକ୍ଷଣ ବିଳମ୍ବ ହେଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛିି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ରକ୍ତ ନମୂନା ପରୀକ୍ଷା କରିବାରେ ବିଳମ୍ବ ହେଉଛି। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏକ ବିଭ୍ରାନ୍ତିକର ରିପୋର୍ଟ ଏହା ସ୍ପଷ୍ଟ କରିଛି ଯେ, ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଆଇସିଏମଆର-ଏନଆଇସିଇଡି ଦ୍ବାରା ଯୋଗାଯାଇଥିବା ପରୀକ୍ଷଣ କିଟ୍ ବହୁ ସଂଖ୍ୟକ ଭୁଲ ଫଳାଫଳ ପ୍ରଦାନ କରୁଛି । ଏଣୁ ଏହି ପରୀକ୍ଷା ଗୁଡିକୁ ପୁନଃ କରିବାର ଆବଶ୍ୟକ ରହିଛି।