ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ହିଂସା, ଗୃହମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ରାଜ୍ୟପାଳ - home-minister

ପଶ୍ଚିମବଙ୍ଗର ହିଂସା ପରିସ୍ଥିତିକୁ ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ 48 ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଗୃହମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି ।

ଫାଇଲ ଫଟୋ

By

Published : Jun 10, 2019, 5:16 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ମଧ୍ୟ ଜାରି ରହିଛି ରାଜନୈତିକ ହିଂସା । ତେବେ ଏନେଇ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ । ହିଂସା ଏବଂ ପଶ୍ଚିମବଙ୍ଗର ଚଳିତ ପରିସ୍ଥିତିକୁ ନେଇ ସେ 48 ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଗୃହମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି ।

ତେବେ ଏହି ସାକ୍ଷାତକାରକୁ ସୌଜନ୍ୟତାର ରୂପ ଦେଇଛନ୍ତି ରାଜ୍ୟପାଳ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ମୋଦିଙ୍କୁ ଭେଟି ନଥିବାରୁ ଏହା ତାଙ୍କର ସୌଜନ୍ୟତାମୂଳକ ସାକ୍ଷାତକାର ଥିଲା । ଏହା ସହିତ ସେ କେବଳ ପଶ୍ଚିମବଙ୍ଗରେ ଉପୁଜିଥିବା ସମସ୍ୟା ବିଷୟରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିବା କହିଛନ୍ତି ।

ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି । ରାଜ୍ୟରେ ସରକାର ଭାଙ୍ଗିବା ପାଇଁ ବିଜେପି ପ୍ରୟାସ କରୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ବିଜେପିର ଏହି ଷଡଯନ୍ତ୍ରକୁ ସେ ସଫଳ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି ମମତା ।

ଏହା ପୂର୍ବରୁ ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥାକୁ ନେଇ ଗୃହମନ୍ତ୍ରୀ ଶାହା ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏଥିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।

ABOUT THE AUTHOR

...view details