କୋଲକାତା: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଜୋରଦାର ପ୍ରତିବାଦ ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଉପରକୁ ବୋମା ମାଡ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ହାୱଡା ଡେପୁଟି ପୋଲିସ କମିଶନର ଅଜିତ ସିଂ ଯାଦବ ଗଭୀର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାୱଡା ସାଂକରା ମାଣିକପୁର ଅଞ୍ଚଳରେ ଆନ୍ଦୋଳନକାରୀ ଆନ୍ଦୋଳନ କରୁଥିଲେ । ପ୍ରଦର୍ଶନ ବଢିବା ସହ ଭିଡ ହେବାରୁ ସ୍ଥିତି ସ୍ବାଭାବିକ କରିବାକୁ ପୋଲିସ ଉଦ୍ୟମ କରୁଥିବା ବେଳେ ଭିଡ ଭିତରୁ କେହି ପୋଲିସ ଉପରକୁ ବୋମାମାଡ କରିଛି।
CAA ତାତି: ହାୱଡାରେ ପୋଲିସ ଉପରକୁ ବୋମା ମାଡ, ଡିସିପି ଆହତ - ନାଗରିକତା ସଂଶୋଧନ ଆଇନ
ପଶ୍ଚିମବଙ୍ଗର ହାୱଡାରେ ପୋଲିସ ଉପରକୁ ବୋମା ମାଡ କରିଛନ୍ତି ଆନ୍ଦୋଳନକାରୀ। ପଢନ୍ତୁ ଅଧିକ...

dcp howrah
ଫଳରେ ଡେପୁଟି ପୋଲିସ କମିଶନର ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି। ପୋଲିସ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବା ସହ ବୋମାମାଡର ତଦନ୍ତ ଆରମ୍ଭ କରିଛି।