କୋଲକାତା: ସମଗ୍ର ଦେଶରେ କୋକୁଆ ଭୟ ଖେଳାଇଛି କୋରୋନା ଭାଇରସ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଲକଡାଉନ ଅବଧିକୁ ବୃଦ୍ଧି କରିଥିବା ବେଳେ ପଶ୍ଚିମବଙ୍ଗରେ ମଧ୍ୟ ଏପ୍ରିଲ 30 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଯାଇଛି । ଏଥିସହ ପଶ୍ଚିମବଙ୍ଗରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ 10 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ପଶ୍ଚିମବଙ୍ଗରେ ଏପ୍ରିଲ 30 ଯାଏଁ ଲକଡାଉନ, ଜୁନ 10 ଯାଏଁ ସ୍କୁଲ ବନ୍ଦ - ପଶ୍ଚିମବଙ୍ଗ ନ୍ୟୁଜ
ପଶ୍ଚିମବଙ୍ଗରେ ମଧ୍ୟ ଏପ୍ରିଲ 30 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଯାଇଛି । ଏଥିସହ ପଶ୍ଚିମବଙ୍ଗରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁନ୍ 10 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ପଶ୍ଚିମବଙ୍ଗରେ ଏପ୍ରିଲ 30 ଯାଏଁ ଲକଡାଉନ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଲକଡାଉନ ଏପ୍ରିଲ 30 ପର୍ଯ୍ୟନ୍ତ ଜାରି ରହିବ ଏବଂ ଜୁନ୍ 10 ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏଥିସହ ଏହା ନିଜ ଘରେ ରହି ଧାର୍ମିକ ପରମ୍ପରା ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମମତା ବାନାର୍ଜୀ ।