କୋଲକାତା: ପଶ୍ଚିମବଙ୍ଗରେ ବଢିଚାଲିଛି କ୍ଷମତାସୀନ ଟିଏମସି କର୍ମୀଙ୍କ ଗୁଣ୍ଡାଗିରି । କେତେବେଳେ ମାରପିଟ ତ ଆଉ କେତେବେଳେ ହତ୍ୟା ନେଇ ଟିଏମସି କର୍ମୀଙ୍କ ଉପରେ ଲାଗୁଛି ଆରୋପର କଳାଦାଗ । ଏହାରି ମଧ୍ୟରେ ରାଜ୍ୟର ବାଙ୍କୁରା ଜିଲ୍ଲାରେ ରବିବାର କିଛି ଟିଏମସି କର୍ମୀ ଜଣେ ବିଜେପି ନେତାଙ୍କୁ ମାରପିଟ କରିଛନ୍ତି ।
ବାଙ୍କୁରାରେ ବିଜେପି ନେତାଙ୍କୁ ମାଡ ମାରିଲେ TMC କର୍ମୀ - ବାଙ୍କୁରାରେ ବିଜେପି ନେତା
ବାଙ୍କୁରା ଜିଲ୍ଲାରେ ରବିବାର କିଛି ଟିଏମସି କର୍ମୀ ଜଣେ ବିଜେପି ନେତାଙ୍କୁ ମାରପିଟ କରିଛନ୍ତି । ଅଧିକ ପଢନ୍ତୁ...
ବାଙ୍କୁରାରେ ବିଜେପି ନେତାଙ୍କୁ ମାଡ ମାରିଲେ TMC କର୍ମୀ
ଅଭିଯୋଗ ଅନୁଯାୟୀ ଟିଏମସି କର୍ମୀ ବିଜେପି ନେତାଙ୍କୁ ମାଡ ମାରିବା ସହ ତାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାରେ ଦଳର କର୍ମୀ ଶ୍ୟାମଲ ସରକାର କହିଛନ୍ତି ଯେ ଟିଏମସି କର୍ମୀଙ୍କ ଆକ୍ରମଣ ଯୋଗୁଁ ବିଜେପି ନେତାଙ୍କ ଶରୀରରେ ଆଘାତ ଲାଗିଛି । କାର୍ଯ୍ୟାଳୟରେ ମଧ୍ୟ ଭଙ୍ଗାରୁଜା ହୋଇଥିବା ସେ କହିଛନ୍ତି ।
ରାଜ୍ୟରେ ବିଜେପିର ବଢୁଥିବା ଲୋକପ୍ରିୟତା ଯୋଗୁଁ ଟିଏମସି ଭୟ କରିଯାଇଥିବା କହିଛନ୍ତି ଶ୍ୟାମଲ । ପୂର୍ବରୁ ରାଜ୍ୟରେ ଅନେକ ବିଜେପି ନେତାଙ୍କ ହତ୍ୟା ନେଇ ଟିଏମସି କର୍ମୀଙ୍କ ଉପରେ ରହିଛନ୍ତି ଅଭିଯୋଗ ।