ଓଡିଶା

odisha

ETV Bharat / bharat

‘ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେବ CAA ବିରୋଧୀ ସଙ୍କଳ୍ପ’ - west bengal assembly will pass resolution against CAA

ପଶ୍ଚିମବଙ୍ଗ ସରକାର ଆଗାମି 3-4 ଦିନ ମଧ୍ୟରେ ବିଧାନସଭାରେ ସିଏଏ ବିରୋଧରେ ସଙ୍କଳ୍ପ ପାରିତ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

west-bengal Cm
ମମତା ବାନାର୍ଜୀ

By

Published : Jan 20, 2020, 8:59 PM IST

କୋଲକାତା: କେରଳ ଏବଂ ପଞ୍ଜାବ ପରେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)ବିରୋଧରେ ତୃତୀୟ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସଙ୍କଳ୍ପ ପାରିତ କରିବ । ପଶ୍ଚିମବଙ୍ଗ ସରକାର ଆଗାମି 3-4 ଦିନ ମଧ୍ୟରେ ବିଧାନସଭାରେ ସିଏଏ ବିରୋଧରେ ସଙ୍କଳ୍ପ ପାରିତ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ସହିତ ମମତା ବାନାର୍ଜୀ ଉତ୍ତର- ପୂର୍ବ ରାଜ୍ୟ ସମୂହ ସମେତ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ସରକାରମାନଙ୍କୁ ଜାତୀୟ ଜନସଂଖ୍ୟା ପଞ୍ଜୀକା (ଏନ୍‌ପିଆର) ରାଜ୍ୟରେ ଲାଗୁନକରିବାକୁ ନିବେଦନ କରିଛନ୍ତି ।

ଏନେଇ ମମତା ବାନାର୍ଜୀ କହିଛନ୍ତି, 3-4 ମାସ ପୂର୍ବରୁ ହିଁ ଆମେ ଏନଆରସି ଏବଂ ସିଏବି ବିରୋଧରେ ବିଧାନସଭାରେ ସଙ୍କଳ୍ପ ପାରିତ କରିଛୁ । ନାଗରିକତା ସଂଶୋଧନ ବିଲ୍‌ ଆଇନ୍‌ରେ ପରିଣତ ହେବାପରେ ଏହା ବିରୋଧରେ ମଧ୍ୟ ଆଗାମି 3-4 ଦିନ ମଧ୍ୟରେ ସଙ୍କଳ୍ପ ପାରିତ କରିବୁ । ସିଏଏକୁ ପ୍ରତ୍ୟାଖାନ କରିବା ଦାବିରେ ଆମେ ସଙ୍କଳ୍ପ ପାରିତ କରିବୁ ବୋଲି ମମତା କହିଛନ୍ତି । ଏହା ସହିତ ଅନ୍ୟାନ୍ୟ ଅଣ ବିଜେପି ରାଜ୍ୟଗୁଡିକ ମଧ୍ୟ ନିଜ ନିଜ ବିଧାନସଭାରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ସଙ୍କଳ୍ପ ପାରିତ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବାନାର୍ଜୀ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବାମପନ୍ଥୀ ଦଳ ଏବଂ କଂଗ୍ରେସ ମମତା ବାନାର୍ଜୀଙ୍କୁ କେରଳ ଭଳି ସିଏଏ ବିରୋଧରେ ସଙ୍କଳ୍ପ ପାରିତ ନକରିବା ନେଇ ସମାଲୋଚନା କରିଥିଲେ । ଯାହାପରେ ମମତା ବାନାର୍ଜୀ ଏହି ଘୋଷଣା କରିଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details