ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗରେ ସିଏଏ ବିରୋଧୀ ପ୍ରସ୍ତାବ ପାରିତ

ସଂଶୋଧିତ ନାଗରିକତା ଆଇନ୍‌(ସିଏଏ) ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଛି । ଅଧିକ ପଢନ୍ତୁ...

mamta banarji
ମମତା ବାନାର୍ଜୀ

By

Published : Jan 27, 2020, 5:40 PM IST

କୋଲକାତା: ସଂଶୋଧିତ ନାଗରିକତା ଆଇନ୍‌(ସିଏଏ) ବିରୋଧରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଛି । ଏହା ସହିତ ସିଏଏ ବିରୋଧୀ ସଙ୍କଳ୍ପ ପାରିତ କରିଥିବା ଚତୁର୍ଥ ରାଜ୍ୟ ହୋଇଛି ପଶ୍ଚିମବଙ୍ଗ । ଏହା ପୂର୍ବରୁ କେରଳ, ପଞ୍ଜାବ ଏବଂ ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧରେ ସଙ୍କଳ୍ପ ପାରିତ କରାଯାଇଥିଲା ।

ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହୋଇଥିବା ସଙ୍କଳ୍ପରେ କେନ୍ଦ୍ର ସରକାରଙ୍କୁ ସିଏଏ ରଦ୍ଦ କରିବାକୁ ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)ର କାର୍ଯ୍ୟକାରୀ ନକରିବାକୁ ଅନୁରୋଧ କରାଯାଇଥିଲା । ଏଥି ସହ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର)ର ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ମଧ୍ୟ ଏଥିରେ ଅପିଲ କରାଯାଇଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ସମ୍ବୋଧିତ କରି କହିଥିଲେ, 'ଏହି ପ୍ରଦର୍ଶନ କେବଳ ସଂଖ୍ୟାଲଘୁଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ । ଏହି ଆନ୍ଦୋଳନରୁ ସାମ୍ନାରୁ ନେତୃତ୍ବ କରିଥିବାରୁ ସମସ୍ତ ହିନ୍ଦୁ ଭାଇ-ଭଉଣୀଙ୍କ ଧନ୍ୟବାଦ । ପଶ୍ଚିମବଙ୍ଗରେ ଆମେ ସିଏଏ, ଏନଆରସି ଏବଂ ଏନପିଆର ଲାଗୁ ହେବାକୁ ଦେବୁନାହିଁ । ଆମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିବୁ । '

ABOUT THE AUTHOR

...view details