କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା । ଏହା ପୂର୍ବରୁ ଚାଲିଲାଣି ଜୋରଦାର ଟକ୍କର । କିଏ ମିଶ୍ରଣ ପର୍ବ କରି ଦଳର ଶକ୍ତି ବୃଦ୍ଧି କରୁଛି, ତ କିଏ ବିକାଶ କଥା କହି ଜନତାଙ୍କୁ ଆକୃଷ୍ଟ କରୁଛି, ପୁଣି କିଏ ଏବେ ଠୁ ମେଣ୍ଟ ପାଇଁ ରାସ୍ତା ପରିଷ୍କାର କରୁଛି । ଏହାରି ଭିତରେ କଂଗ୍ରେସ ଓ ବାମ ଦଳ ମେଣ୍ଟ କରିବା ନେଇ ସ୍ଥିର ହୋଇଥିବାବେଳେ ଆସନ ବୁଝାମଣା କିଛି ମାତ୍ରାରେ ଶେଷ ହୋଇଛି ।
ଉଭୟ 2016 ବିଧାନସଭା ନିର୍ବାଚନରେ ଜିତିଥିବା ଆସନରେ ନିଜ ନିଜ ପ୍ରାର୍ଥୀ ଦେବେ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ବାକି ଥିବା 217 ଆସନରେ କିଏ କେଉଁଠୁ ପ୍ରାର୍ଥୀ ଦେବେ ସେନେଇ ଜାନୁଆରୀ 31 ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କଂଗ୍ରେସ ପ୍ରଦେଶ କମିଟି ସଭାପତି ପ୍ରଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି । କଂଗ୍ରେସ ଓ ବାମଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ ଏପରି କହିଛନ୍ତି ।