ଓଡିଶା

odisha

ETV Bharat / bharat

ଅନୁଜ ଶର୍ମା ହେଲେ କୋଲକାତାର ନୂଆ ପୋଲିସ କମିଶନର

ହଟିଲେ ରାଜୀବ କୁମାର । କୋଲକାତାର ନୂଆ ପୋଲିସ କମିଶନର ହେଲେ ଅନୁଜ ଶର୍ମା । ରାଜୀବଙ୍କୁ ମିଳିଲା ନୂଆ ଦାୟିତ୍ୱ ।

By

Published : Feb 19, 2019, 3:44 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ଆଇପିଏସ ଅନୁଜ ଶର୍ମା ହେଲେ କୋଲକାତାର ନୂଆ ପୋଲିସ କମିଶନର । ରାଜୀବ କୁମାରଙ୍କ ସ୍ଥାନରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି । ଅନ୍ୟପଟେ ବିବାଦୀୟ ଅଧିକାରୀ ରାଜୀବ କୁମାରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ପୋଲିସ କମିଶନର ପଦରୁ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ହଟାଇବା ପରେ ଏବେ ତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ସେ ବର୍ତମାନ ରାଜ୍ୟ ସିଆଇଡି ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିବେ ।

ସୂଚନାଯୋଗ୍ୟ, ଗତ ଫେବୃଆରୀ 3 ତାରିଖରେ ରାଜୀବ କୁମାରଙ୍କ କୋଲକାତାସ୍ଥିତ ବାସଭବନରେ ସିବିଆଇ ଚଢ଼ାଉ ଉଦ୍ୟମ କରିଥିଲା । ତେବେ ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ସିବିଆଇ ଅଧିକାରୀ ଓ କୋଲକାତା ପୋଲିସ । ଏପରିକି ଖୋଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ରାଜୀବ କୁମାର ଧାରଣାରେ ବସିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ସିଲଂ ଠାରେ ସିବିଆଇ ନିକଟରେ ହାଜର ହୋଇଥିଲେ ।

ଘଟଣାକ୍ରମ ଏପରି, ଶାରଦା ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ଲାଗି ପଶ୍ଚିମବଙ୍ଗ ସରକାର କରିଥିବା ଏସଆଇଟିର ଅଧ୍ୟକ୍ଷ ଥିଲେ ରାଜୀବ କୁମାର । ଏହି ସମୟରେ ସେ ଅନେକ ପ୍ରମାଣ ନଷ୍ଟ କରିଥିବାର ତାଙ୍କ ନାଁରେ ଅଭିଯୋଗ ଉଠିଛି । ତେବେ ବାରମ୍ବାର ସିବିଆଇ ପକ୍ଷରୁ ହାଜିରା ନେଇ ତାଙ୍କୁ ସମନ ଦିଆଯାଇଥିଲେହେଁ ସେ ଧରାଛୁଆଁ ଦେଉନଥିଲେ ।

For All Latest Updates

ABOUT THE AUTHOR

...view details