ଓଡିଶା

odisha

ETV Bharat / bharat

ସହାୟତା ଅପେକ୍ଷାରେ ଭାରୋତ୍ତଳନ କୁଇନ ଶିରୋମଣି - କଠିନ ପରିଶ୍ରମ

କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ହାତେଇଛନ୍ତି ଆନ୍ଧ୍ରପ୍ରଦେଶର ଶିରୋମଣି । ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପଦକ ହାତେଇ ସାରିଛନ୍ତି । ତେବେ ସାଧାରଣ ମଧ୍ୟମ ବର୍ଗର ହୋଇଥିବାରୁ ସହାୟତା ଅପେକ୍ଷାରେ ରହିଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jul 29, 2019, 8:34 PM IST

ଅମରାବତୀ: ଦୃଢ ଇଚ୍ଛା ଶକ୍ତି ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହୁଏ । ଏହାକୁ ପ୍ରମାଣିତ କରିଛନ୍ତି ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗୁଡ଼ିଭାଡ଼ା ମଣ୍ଡଳର ଶିରୋମଣି । ଶିରୋମଣି ଏବେ ହେହାକୁ ଥିବା ଜାତୀୟ ସ୍ତରର ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି ।


ସାଧାରଣ ମଧ୍ୟମ ବର୍ଗୀୟ ପରିବାରର ଶିରୋମଣି । ପିଲାବେଳେ ସେ ତାଙ୍କ ବାପାଙ୍କୁ ହରାଇଥିଲେ । ନିଜ ପିତାଙ୍କୁ ହରାଇବା ପରେ ପରିବାର ସମସ୍ତ ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା । ଫଳରେ ସେ ଖୁବ କମ ବୟସରୁ କାମ କରି ଆସୁଛନ୍ତି । ତେବେ ଏ ସବୁ ସମସ୍ୟା ମଧ୍ୟରେ ସେ ନିଜ ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇନାହାନ୍ତି । ସବୁ କାର୍ଯ୍ୟ ପରେ ସେ ନିଜ ଅଭ୍ୟାସ ପ୍ରତି ଧ୍ୟାନ ଦେଇ ଆସିଛନ୍ତି । ଆଉ ଏହି କାର୍ଯ୍ୟରେ ତାଙ୍କୁ ଆନ୍ଧ୍ରପ୍ରଦେଶର ଗୁଡ଼ିବାଡ଼ା ଏନଟିଆର ଷ୍ଟାଡ଼ିୟମର କର୍ମକର୍ତ୍ତା ସହଯୋଗର ହାତ ବଢାଇ ଆସିଛନ୍ତି ।


ଶିରୋମଣି ଏହା ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିସାରିଛନ୍ତି । ସେ 2006 ମସିହାରୁ ଭାରୋତ୍ତଳନରେ ଅଭ୍ୟାସ କରିଆସୁଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏମ. ଭେଙ୍କଟେଶ୍ବର ରାଓଙ୍କ ନିକଟରେ ପ୍ରଶିକ୍ଷଣ ନେଉଥିଲେ । ଏବେ ଶିରୋମଣି ନାଗାର୍ଜୁନ ବିଶ୍ବବିଦ୍ୟାଳୟର ପ୍ରଶିକ୍ଷକ ଏ. ଅମରନାଥଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ।


ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ରାଜ୍ୟସ୍ତରରେ 133ଟି ଏବଂ ଜାତୀୟ ସ୍ତରରେ 30ରୁ ଅଧିକ ପଦକ ହାତେଇ ସାରିଛନ୍ତି । ଏହା ସହିତ ସେ ଅନ୍ତର୍ଜାତୀୟ ସ୍ତରରେ 3ଟି ପଦକ ମଧ୍ୟ ହାତେଇ ସାରିଛନ୍ତି । ଯଦି ସରକାର ତାଙ୍କୁ ଏହି କ୍ଷେତ୍ରରେ ସରକାର ସହାୟତାର ହାତ ବଢାନ୍ତି ତେବେ ସେ ଆହୁରି ଆଗକୁ ଯାଇପାରିବେ ବୋଲି ତାଙ୍କର ବିଶ୍ବାସ ରହିଛି ।

ABOUT THE AUTHOR

...view details