ଓଡିଶା

odisha

By

Published : Apr 26, 2020, 12:26 AM IST

ETV Bharat / bharat

ବିନା ବରଯାତ୍ରୀରେ ବାହାଘର, ଭିସିରେ ଆଶୀର୍ବାଦ ଦେଲେ ସମ୍ପର୍କୀୟ

କୌଣସି ସମ୍ପର୍କୀୟ କିମ୍ବା ବରଯାତ୍ରୀ ବିବାହରେ ଯୋଗ ଦେଇନଥିଲେ । ତେବେ ସମସ୍ତେ କିନ୍ତୁ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ ଭିଡିଓ କନଫେରେନ୍ସିଂରେ । ଅଧିକ ପଢନ୍ତୁ...

ବିନା ବରଯାତ୍ରୀରେ ବାହାଘର, ଭିସିରେ ଆଶୀର୍ବାଦ ଦେଲେ ସମ୍ପର୍କୀୟ
ବିନା ବରଯାତ୍ରୀରେ ବାହାଘର, ଭିସିରେ ଆଶୀର୍ବାଦ ଦେଲେ ସମ୍ପର୍କୀୟ

ଜୟପୁର: କୋରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ସାମାଜିକ ଦୂରତ୍ବକୁ ଅଧିକ ଗୁରୁତ୍ବ ଦିଆଯାଉଛି । ସେଥିପାଇଁ ସମସ୍ତ ପ୍ରକାର ଉତ୍ସବ, ପର୍ବପର୍ବାଣୀ, ବିବାହ, ବ୍ରତଘର ସବୁକିଛି ବନ୍ଦ ରହିଛି । ହେଲେ ଲକଡାଉନବେଳେ ବି ରାଜସ୍ଥାନର ଏକ ନିଆରା ବିବାହ ସମ୍ପନ୍ନ ହୋଇଛି ।

ଯୋଧପୁରର ଏକ ମନ୍ଦିରରେ ଏହି ବିବାହ ହୋଇଛି । ଏଥିରେ କେବଳ ଜଣେ ବ୍ରାହ୍ମଣଙ୍କ ସମେତ ବର ଓ କନ୍ୟା ଉପସ୍ଥିତ ଥିଲେ । କୌଣସି ସମ୍ପର୍କୀୟ କିମ୍ବା ବରଯାତ୍ରୀ ବିବାହରେ ଯୋଗ ଦେଇନଥିଲେ । ତେବେ ସମସ୍ତେ କିନ୍ତୁ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ ଭିଡିଓ କନଫେରେନ୍ସିଂରେ । ପୁରା ବିବାହକୁ ଉଭୟଙ୍କ ସମ୍ପର୍କୀୟ ଭିସିରେ ଉପଭୋଗ କରିଥିଲେ । ଏହାସହ ବିବାହବେଳେ ସାମାଜିକ ଦୂରତ୍ବ ଓ ସରକାରଙ୍କ ଗାଇଡଲାଇନକୁ ପାଳନ କରାଯାଇଥିଲା ବୋଲି ବର ବରୁଣ ଧଧନିଆ କହିଛନ୍ତି ।

ତେବେ ଏପରି ସମୟରେ ବିବାହର କାରଣ ତାଙ୍କ ଜେଜେବାପା ବୋଲି ସେ କହିଛନ୍ତି । ଜେଜେ ଅସୁସ୍ଥ ଥିବାରୁ ଶୀଘ୍ର ବିବାହ ଦେଖିବାକୁ ଚାହୁଁଥିଲେ । ଲକଡାଉନ ଆଗରୁ ତାରିଖ ସ୍ଥିର ହୋଇଥିବାରୁ ସେମାନେ ସମ୍ପୂର୍ଣ୍ଣ ରୀତିନୀତିରେ ସରକାରଙ୍କ ଗାଇଡଲାଇନ ମାନି ବିବାହ କରିଥିଲେ । ତେବେ ଉଭୟ ନବଦମ୍ପତ୍ତି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିକୁ 4 ଲକ୍ଷ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଫଣ୍ଡକୁ 1.01 ଲକ୍ଷ ଟଙ୍କା ଦାନ କରିଛନ୍ତି ବୋଲି ବରୁଣ ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details