ଓଡିଶା

odisha

ETV Bharat / bharat

ଓଡିଆ ଭାଷାରେ ବି ଉପଲବ୍ଧ ହେବ ‘ୱେବସାଇଟ’ - website

ଏବେ ଶୀଘ୍ର ଓଡିଆ ଭାଷାରେ ଦେଖିବାକୁ ମିଳିବ ‘ୱେବସାଇଟ’ । କେବଳ ଓଡିଆ ନୁହେଁ ବଙ୍ଗାଳୀ, ଦେବନଗରୀ, ଗୁଜୁରାତୀ, ଗୁରୁମୁଖୀ, କନ୍ନଡ, ମାଲାୟଲମ, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରହିବ ସ୍ବତନ୍ତ୍ର ୱେବସାଇଟ ।

ପ୍ରତିକାତ୍ମକ ଫଟୋ

By

Published : Apr 2, 2019, 8:48 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଓଡିଆ ଭାଷାରେ ଦେଖିବାକୁ ମିଳିବ ‘ୱେବସାଇଟ’ । କେବଳ ଓଡିଆ ନୁହେଁ ବଙ୍ଗାଳୀ, ଦେବନଗରୀ, ଗୁଜୁରାତୀ, ଗୁରୁମୁଖୀ, କନ୍ନଡ, ମାଲାୟଲମ, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରହିବ ସ୍ବତନ୍ତ୍ର ୱେବସାଇଟ । ଭାରତରେ ଏହି ସବୁ ଆଞ୍ଚଳିକ ଭାଷାରେ ୱେବସାଇଟ ସର୍ଭର ଜୁନ ସୁଦ୍ଧା ପ୍ରସ୍ତୁତ କରିବାକୁ ଚାଲିଛି ଜୋରଦାର ପ୍ରୟାସ ।


ଏଣିକି ଆପଣ ନିଜ ନିଜ ଭାଷାର ୱେବସାଇଟକୁ 9ଟି ଭାରତୀୟ ଲିପିରେ ରେଜିଷ୍ଟ୍ରି କରିପାରିବେ। ତେବେ ବର୍ତ୍ତମାନ ସମୟରେ ଇଂରାଜୀବ୍ୟତୀତ ଆରବୀ, ମେଡରିନ, ରୁସୀ, ଦେବନଗରୀ ଆଦି ଭାଷାରେ ୱେବସାଇଟ ନାଁକୁ ବୁକ୍ କରାଯାଇପାରିବ । ସର୍ବର ପ୍ରସ୍ତୁତ ହେଲା ପରେ ଭାରତୀୟ ଲିପିଗୁଡିକୁ ଇଣ୍ଟରନେଟ କର୍ପୋରେସନ ଫର ଆସାଇନ୍ଡ ନେମ୍ସ ନମ୍ବର୍ସ (ICNN) ରୁଟସର୍ଭରରେ ଫିଟ କରାଯିବ।

ୟୁନିଭର୍ସାଲ ଏକ୍ସପଣ୍ଟେସ ଷ୍ଟିରିଙ୍ଗ ଗ୍ରୁପ (UASG)ର ଚେୟାରମ୍ୟାନ ଅଜୟ ଡେଟା କହିଛନ୍ତି ଯେ, ଭାରତରେ ବ୍ୟବହୃତ ହେଉଥିବା ବିଭିନ୍ନ ଭାଷା ପାଇଁ ଲେବଲ ଜେନରେସନ ନିୟମ (LGR) ର ତିନିମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବ ।

For All Latest Updates

ABOUT THE AUTHOR

...view details