ଓଡିଶା

odisha

ଓ୍ବେଦର ଅପଡେଟ: କେରଳ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା

By

Published : Sep 20, 2020, 12:50 PM IST

21 ସେପ୍ଟେମ୍ବର ସୁଦ୍ଧା କେରଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବଙ୍ଗୋପସାଗରରେ କମ ଚାପ କ୍ଷେତ୍ର ଥିବାରୁ ରବିବାର ଠାରୁ ପଶ୍ଚିମବଙ୍ଗରେ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ପୂର୍ଣ୍ଣ ପଢନ୍ତୁ...

ଓ୍ବେଦର ଅପଡେଟ: କେରଳ ଓ ପଶ୍ଚିମବଙ୍ଗରେ ପ୍ରବଳବର୍ଷିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ
ଓ୍ବେଦର ଅପଡେଟ: କେରଳ ଓ ପଶ୍ଚିମବଙ୍ଗରେ ପ୍ରବଳବର୍ଷିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆଜି (ରବିବାର) କେରଳର ଇଡୁକି, କନ୍ନୁର ଏବଂ କାସାରାଗୋଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ ବିଭାଗ ଏକ 'ରେଡ ଆଲର୍ଟ' ଜାରି କରିଛି ଏବଂ ବର୍ତ୍ତମାନ ଅଧିକାରୀମାନେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏଥି ସହିତ ବଙ୍ଗୋପସାଗରରେ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେତୁ ପଶ୍ଚିମବଙ୍ଗରେ ଆଜି (ରବିବାର) ବର୍ଷା ହେବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, 20 ସେପ୍ଟେମ୍ବରରେ ଉତ୍ତର ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ 21 ସେପ୍ଟେମ୍ବର ସୁଦ୍ଧା କେରଳରେ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।।

ଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, କୋଝିକୋଡେ ଜିଲ୍ଲାର ବଡାକରାରେ ଶନିବାର 10 ସେମି ବର୍ଷା ହୋଇଥିବାବେଳେ କସାରଗୋଡ ଜିଲ୍ଲାର ହୋସଦୁର୍ଗରେ 9 ସେମି ବର୍ଷା ରେକର୍ଡ କରାଯାଇଛି ।

ଶନିବାର ରାଜ୍ୟର 8ଟି ଜିଲ୍ଲା ଏବଂ ରବିବାର 6ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ସତର୍କତାକୁ ଦୃଷ୍ଟିରେ ରଖି ନୌସେନା, ଭାରତୀୟ ବାୟୁସେନା ହେଲିକପ୍ଟର, ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତ ହେବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ରବିବାର ଠାରୁ ପଶ୍ଚିମବଙ୍ଗରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଯେ ଉତ୍ତରରେ ଥିବା ଗାଙ୍ଗଟେକ ଠାରୁ ପୂର୍ବ ମିଦନାପୁର, ଦକ୍ଷିଣ ଏବଂ ଉତ୍ତର 24 ପରଗନା, ହାଓ୍ବଡା, କୋଲକାତା ଏବଂ ହୁଗଳିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି କାରଣରୁ, ସୋମବାର ଠାରୁ ବିରଭୂମ, ପୂର୍ବ ଏବଂ ପଶ୍ଚିମ ମିଦନାପୁର ଏବଂ ଝାରଗ୍ରାମ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବୁଧବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। 20 ରୁ 22 ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ABOUT THE AUTHOR

...view details