ଓଡିଶା

odisha

ETV Bharat / bharat

ୱେଦର ଅପଡେଟ୍:ଦେଶର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା - Weather update

ଭାରତୀୟ ଆଇଏମଡି ବିଭାଗ ଆସନ୍ତା 4ରୁ 5 ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଆଶଙ୍କା ଜାରି କରିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଓ୍ବେଦର ଅପଡେଟ: ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
ଓ୍ବେଦର ଅପଡେଟ: ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

By

Published : Sep 10, 2020, 10:22 AM IST

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା, ଛତିଶଗଡ, ବିଦର୍ଭ, ମଧ୍ୟପ୍ରଦେଶ, ଗୁଜୁରାଟ, ରାୟାଲିସିମା, ତାମିଲନାଡୁ, ପୁଡୁଚେରୀ ଏବଂ କରାଇକଲରେ ଆସନ୍ତା 12 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରାଯାଉଛି । ଆଗାମୀ କିଛି ଦିନ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ନାହିଁ, ଯେଉଁଥିପାଇଁ ସହରରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଉତ୍ତରପ୍ରଦେଶର ପୂର୍ବ ଭାଗରେ, କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଛି । ସେହିପରି ପୂର୍ବବର୍ତ୍ତୀ ଅଞ୍ଚଳରେ କେତେକ ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଇଏମଡି କହିଛି ଯେ, ଆସନ୍ତା ଚାରି-ପାଞ୍ଚ ଦିନ ମଧ୍ୟରେ ପ୍ରାନ୍ତୀୟ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

10ରୁ 13 ସେପ୍ଟେମ୍ବର, ଦକ୍ଷିଣ କର୍ଣ୍ଣାଟକ (9-12 ସେପ୍ଟେମ୍ବର), କେରଳ ଏବଂ ମାହେ (9-11 ସେପ୍ଟେମ୍ବର)ରେ ଉପକୂଳ କର୍ଣ୍ଣାଟକର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେପ୍ଟେମ୍ବର 11ରେ, ଉପକୂଳ ଏବଂ ଦକ୍ଷିଣ କର୍ଣ୍ଣାଟକର ବିଚ୍ଛିନ୍ନ ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ଆସନ୍ତା ପାଞ୍ଚ ଦିନ ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର ବିଚ୍ଛିନ୍ନ ସ୍ଥାନରେ ଏବଂ ଆସନ୍ତା 4ରୁ 5 ଦିନ ମଧ୍ୟରେ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଆଇଏମଡି କହିଛି ଯେ, ସେପ୍ଟେମ୍ବର 12 ତାରିଖରୁ ଓଡ଼ିଶା,ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନାମ, ତେଲେଙ୍ଗାନା, ବିଦର୍ଭ ଏବଂ ଏହାର ଆଖପାଖ ଅଞ୍ଚଳ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳରେ ପ୍ରଭାବିତ ହେବ। ଯେଉଁ କାରଣରୁ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ଅଛି ।

ଦିଲ୍ଲୀର ଶୁଖିଲା ପାଗ ଯୋଗୁଁ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ସର୍ବାଧିକ ତାପମାତ୍ରା 35.6 °C ରେକର୍ଡ କରାଯାଇଥିଲା, ଯାହା ସ୍ୱାଭାବିକଠାରୁ ଦୁଇ ଡିଗ୍ରୀ ଅଧିକ । ସେପ୍ଟେମ୍ବରରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ମାତ୍ର 20.9 ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସାଧାରଣ ବୃଷ୍ଟିପାତ (58.3 ମିଲିମିଟର) ଠାରୁ 64 ପ୍ରତିଶତ କମ ଅଟେ। ମୋଟ ଉପରେ, ଜୁନ 1 ଠାରୁ ଦିଲ୍ଲୀରେ 576.5 ମିମି ବର୍ଷା ହୋଇଛି, ଯାହା ସାଧାରଣ ବୃଷ୍ଟିପାତ ଠାରୁ କମ -582.1 ମିମି ଅଟେ ।

ହରିୟାଣାର ଅମ୍ବାଲା ସର୍ବାଧିକ ତାପମାତ୍ରା 35.4°C ରେକର୍ଡ କରିଥିବାବେଳେ ହିସାର ସର୍ବାଧିକ ତାପମାତ୍ରା 36.6°C ରେକର୍ଡ କରାଯାଇଛି । ପଞ୍ଜାବର ପଟିଆଲାରେ ସର୍ବାଧିକ 35°C, ଲୁଧିଆନା ସର୍ବାଧିକ 34.6°C ରେକର୍ଡ କରାଯାଇଥିବାବେଳେ, ଅମୃତସରରେ ସର୍ବାଧିକ 35.4°C ରେକର୍ଡ ହୋଇଛି ।

କେରଳ ସମେତ ଦକ୍ଷିଣ ଭାରତର ଅନେକ ଭାଗରେ ବୁଧବାର ଦିନ ପ୍ରବଳ ବର୍ଷା ହୋଇଥିବାବେଳେ ଉତ୍ତରରେ ପାଗ ଶୁଷ୍କ ଏବଂ ଆର୍ଦ୍ର ରହିଥିଲା। ଏଥି ସହ କେରଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଥିରୁଅନନ୍ତପୁରମରେ ଅଶାନ୍ତ ସମୁଦ୍ରରେ ଡଙ୍ଗା ବୁଡ଼ିଯିବା ପରେ ତିନି ଜଣ ମତ୍ସ୍ୟଜୀବୀ ମଧ୍ୟ ବୁଡ଼ି ଯାଇଥିଲେ। ରାଜଧାନୀ ଥିରୁଅନନ୍ତପୁରମରେ 10 ସେମି ବର୍ଷା ହୋଇଛି । ଯାହା ଫଳରେ ନିମ୍ନ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଛି । କେରଳ ଉପକୂଳ ନିକଟରେ 45-55 କିମି ବେଗରେ ପ୍ରବଳ ପବନ ହେବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଯିବାକୁ ମନାକରାଯାଇଛି ।

ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଦକ୍ଷିଣ କର୍ଣ୍ଣାଟକରେ କେତେକ ସ୍ଥାନରେ ବୃଷ୍ଟିପାତ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କୋଙ୍କଣ ଏବଂ ଗୋଆ, ଉତ୍ତରପ୍ରଦେଶ, ପଶ୍ଚିମ ରାଜସ୍ଥାନ, ଗୁଜୁରାଟ, ପଶ୍ଚିମବଙ୍ଗ, ସିକ୍କିମ, ଛତିଶଗଡ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି କେତେକ ସ୍ଥାନରେ ବର୍ଷା ହୋଇଛି ।

ABOUT THE AUTHOR

...view details