ନୂଆଦିଲ୍ଲୀ: ଉତ୍ତର ପୂର୍ବ ବଙ୍ଗୋପସାଗରରେ ନିମ୍ନ ବାୟୁ ଚାପ ସୃଷ୍ଟି ହେବା କାରଣରୁ କେରଳର 10ଟି ଜିଲ୍ଲା ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) ଅରେଞ୍ଜ ଆଲର୍ଟ ଜାରି କରିଛି। କୋଟାୟାମ, ଏର୍ନାକୁଲମ୍, ଇଡୁକି, ଥ୍ରିସୁର, ପାଲକ୍କଡ, ମାଲାପୁରମ, କୋଝିକୋଡେ, ୱାୟନାଡ, କନ୍ନୁର ଏବଂ କାସାରାଗୋଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ଆଇଏମଡି ତାର ବୁଲେଟିନରେ ଦର୍ଶାଯାଇଛି ଯେ, ବଙ୍ଗୋପସାଗରର ଉତ୍ତର-ପୂର୍ବ ତଥା ଏହାର ପଡୋଶୀ ଅଞ୍ଚଳରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ଫଳରେ ଏହା ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଗତ 24 ଘଣ୍ଟା ମଧ୍ୟରେ କେରଳରେ ହାରାହାରି 7 ସେମି ବର୍ଷା ହୋଇଛି। ଗତ ଦୁଇ ଦିନ ଧରି କେରଳରେ ଲଗାତାର ବର୍ଷା ହୋଇଛି। ସମ୍ପୃକ୍ତ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।