ନୂଆଦିଲ୍ଲୀ: ବାୟୂର ଗୁଣବତ୍ତା ଯୋଗୁଁ ଦେଶର ପ୍ରଦୂଷିତ ସହର ଭାବେ ସର୍ବୋଚ୍ଚ ସ୍ଥାନରେ ରହିଛି ଦିଲ୍ଲୀ । ମେ' ଆସ ଆରମ୍ଭ ହେଉହେଉ ତତଲା କଡେଇରେ ଭାଜି ହେଉଛି ଭାରତର ରାଜଧାନୀ ଦିଲ୍ଲୀ । ଅସହ୍ୟ ଗରମ ସାଙ୍ଗକୁ ବାୟୂପ୍ରଦୂଷଣ ଯୋଗୁଁ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ଦିନରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜୀବନ ଜୀବିକାରେ ପୁରା ଠପ ହୋଇଯାଉଛି ।
ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି: 13 ରୁ 15 ଯାଏଁ ଭିଜିବ ଉତ୍ତର ଭାରତ - ତାପମାତ୍ରା
ଆସନ୍ତା 3 ଦିନ ଧରି ବର୍ଷାରେ ଭିଜିବ ଦିଲ୍ଲୀ । ସାମାନ୍ୟ ଆଶ୍ବସ୍ତି ପାଇବେ ଦିଲ୍ଲୀବାସୀ ।
ତେବେ କିଛି ଦିନ ହେବ ଦିଲ୍ଲୀ ଏନସିଆର ସମେତ ସମଗ୍ର ଉତ୍ତର ଭାରତର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗର ସୂଚନାନୁଯାୟୀ, ମେ' 11ରୁ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଯେଉଁଥିପାଇଁ ଧୂଳିଝଡ ହେବାର ମଧ୍ୟ ଆଶଙ୍କା ରହିଛି । ଏହାବ୍ୟତୀତ 13ରୁ 15 ତାରିଖ ପର୍ଯ୍ୟନ୍ତ ଟିକେ ଆଶ୍ବସ୍ତି ଲାଭ କରିବେ ଦିଲ୍ଲୀବାସୀ । କାରଣ ଏହି ଦିନମାନଙ୍କରେ ଦିଲ୍ଲୀ, ନୋଏଡା, ଗୁରଗ୍ରାମ, ଗାଜିୟାବାଦ, ଫରିଦାବାଦର ବିଭିନ୍ନ ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ତେବେ ଶୁକ୍ରବାର ବାୟୁପ୍ରଦୂଷଣର ମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁଁ ତାପମାତ୍ରା ହ୍ରାସ ପାଇଥିଲା । ଯେଉଁଥିପାଇଁ ଧୂଳିଝଡ ଯୋଗୁଁ ପଶ୍ଚିମ ଭାରତରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଶୁକ୍ରବାର ବାୟୁର ଗୁଣବତ୍ତା ଅତ୍ୟଧିକ ନମ୍ନ ମାନର ରହିଥିବା ଜଣାପଡିଛି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଜୀବନ ଅତିବାହିତ କରିବାରେ ବହୁ ଅସୁବିଧା ଭୋଗିବାକୁ ପଡୁଛି ।