ଜୟପୁର: ରାଜସ୍ଥାନର ଏକମାତ୍ର ପାର୍ବତ୍ୟ ପର୍ଯ୍ୟଟନ ନଗରୀ 'ମାଉଣ୍ଟ ଆବୁ' ଯାହା ରାଜ୍ୟର ସିରୋହୀ ଜିଲ୍ଲାରେ ରହିଛି । ଏବେ ସେଠାର ପାଣିପାଗରେ ପରିବର୍ତ୍ତନ ଦେଖାଯାଇଛି । ବିଶେଷକରି ବର୍ଷା ଓ ଶୀତ ଦିନରେ ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟର ଏକ ନିଆରା ଅନୁଭବ ରହିଛି । ଯାହାକୁ ଦେଖିବାକୁ ବର୍ତ୍ତମାନ ସମୟରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।
ମନମୋହୁଛି 'ମାଉଣ୍ଟ ଆବୁ', ପ୍ରକୃତିକୁ ଉପଭୋଗ କରିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ - Mount Abu is a hill station in Rajasthan
ରାଜସ୍ଥାନର ଏକମାତ୍ର ହିଲ ଷ୍ଟେସନ 'ମାଉଣ୍ଟ ଆବୁ'ରେ ଅନୁଭୂତ ହେବାରେ ଲାଗିଛି ଶୀତ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ମଙ୍ଗଳବାର ସକାଳେ ଏହି ସ୍ଥାନର ପାଣିପାଗରେ ପରିବର୍ତ୍ତନ ଘଟିବା ସହ କଳା ବାଦଲ ଛାଇ ରହିବା ସହ ହାଲକା ହାଲକା ଶୀତଳ ପବନ ପରିବେଶକୁ ବେଶ ରୋମାଞ୍ଚକର କରୁଥିଲା । ଏହାପରେ ଝିପଝିପ ବର୍ଷା ମଧ୍ୟ ହୋଇଥିଲା । ଏହାପରେ ମାଉଣ୍ଟ ଆବୁରେ ଥଣ୍ଡା ପଡିବା ଆରମ୍ଭ ହୋଇଯାଇଛି ।
ଦୀପାବଳି ଅବସରରେ ମାଉଣ୍ଟ ଆବୁ ପହଞ୍ଚିଥିବା ପର୍ଯ୍ୟଟକ ଏହି ପାଣିପାଗର ବେଶ ମଜା ଉଠାଉଥିବା ଦେଖିବାକୁ ମିଳିଛି । ଶୀତ ଆରମ୍ଭ ହେଉ ହେଉ ତାପମାତ୍ରା ମଧ୍ୟ କମ ହେବାରେ ଲାଗିଛି । ସହରରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଗକୁ ଅତ୍ୟଧିକ ଥଣ୍ଡା ପଡିବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।