ଅମରାବତୀ: ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମର 14 ଜଣ ପୁରୋହିତ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାର କିଛିଦିନ ପରେ ତିରୁମାଲା ଶ୍ରୀଭାରୀ ମନ୍ଦିରରେ ପ୍ରଭୁ ବାଲାଜୀ ସେବାର ପର୍ଯ୍ୟବେକ୍ଷକମାନେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତେବେ ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ତିରୁପତି ଦେବସ୍ଥାନମର ଅଧ୍ୟକ୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
'ତିରୁମାଲା ଶ୍ରୀଭାରୀ ମନ୍ଦିର ଦର୍ଶନକୁ ନେଇ ଖୁବ ଶୀଘ୍ର ଆଲୋଚନା ହେବ' - ତିରୁମାଲା ଶ୍ରୀଭାରୀ ମନ୍ଦିର
ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମର 14 ଜଣ ପୁରୋହିତ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାର କିଛିଦିନ ପରେ ତିରୁମାଲା ଶ୍ରୀଭାରୀ ମନ୍ଦିରରେ ପ୍ରଭୁ ବାଲାଜୀ ସେବାର ପର୍ଯ୍ୟବେକ୍ଷକମାନେ ଅସୁସ୍ଥ ହୋଇପଡିଥିବା ଜଣାପଡିଛି ।

ତିରୁମାଲା
ତେବେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଅଧ୍ୟକ୍ଷ କହିଛନ୍ତି । ଏହା ସହିତ ଭକ୍ତମାନଙ୍କୁ ଏନେଇ ଚିନ୍ତା ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ତିରୁମାଲା ଶ୍ରୀଭାରୀ ମନ୍ଦିରରେ ଦର୍ଶନ ସମ୍ପର୍କରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ 38,044ଟି କୋରୋନା ସଂକ୍ରମଣ ମାମଲା ରହିଛି । ସେଥିମଧ୍ୟରୁ 19,393 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 429 ଜଣଙ୍କର ମୃତ୍ୟୁ ଘଟିଛି ।