ଓଡିଶା

odisha

ETV Bharat / bharat

ଦେଶ ଆତ୍ମନିର୍ଭଳଶୀଳ ହେଲେ ଆମେ ପ୍ରକୃତ ଅର୍ଥରେ ସ୍ବାଧୀନ ହେବା: ରାଜନାଥ ସିଂ - ଆତ୍ମନିର୍ଭଳଶୀଳ ଭାରତ

74 ତମ ସ୍ବାଧୀନତା ଦିବସ। ଏହି ଅବସରରେ ଚଳଚଞ୍ଚଳ ସାରା ଦେଶ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଫରଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା। ଏହି ଦିବସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଯେବେ ଭାରତ ହେବ ଆତ୍ମନିର୍ଭଳଶୀଳ ସେବେ ମିଳିବ ପ୍ରକୃତ ସ୍ବାଧୀନତା : ରାଜନାଥ ସିଂ
ଯେବେ ଭାରତ ହେବ ଆତ୍ମନିର୍ଭଳଶୀଳ ସେବେ ମିଳିବ ପ୍ରକୃତ ସ୍ବାଧୀନତା : ରାଜନାଥ ସିଂ

By

Published : Aug 15, 2020, 7:50 AM IST

ନୂଆଦିଲ୍ଲୀ: 74 ତମ ସ୍ବାଧୀନତା ଦିବସ। ଏହି ଅବସରରେ ଚଳଚଞ୍ଚଳ ସାରା ଦେଶ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଫରଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା। ଏହି ଦିବସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

''ଦେଶ ଆତ୍ମନିର୍ଭରଶୀଳ ହେଲେ ଆମେ ପ୍ରକୃତ ଅର୍ଥରେ ସେହିଦିନ ସ୍ବାଧୀନତା ପାଇବା । ତେଣୁ ଆଜିର ଦିନରେ ଆମେ ଶପଥ ନେବା ଯେ ଦେଶକୁ ଆତ୍ମନିର୍ଭର କରି ଗଢି ତୋଳିବା ଓ ସ୍ୱଦେଶୀ ଉତ୍ପାଦ ବ୍ୟବହାର କରି ଦେଶକୁ ଶିଖରରେ ପହଁଞ୍ଚିବାକୁ ସହଯୋଗ କରିବା ବୋଲି ରାଜନାଥ କହିଛନ୍ତି।''

ମହାମାରୀ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କ ଅଂଶଗ୍ରହଣ ଦୃଷ୍ଟିରୁ ଚଳିତ ବର୍ଷ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟ ଅପେକ୍ଷାକୃତ ନିରାଡମ୍ବରରେ ପାଳନ ହେଉଛି । ପୂର୍ବ ବର୍ଷ ଅପେକ୍ଷା ପ୍ରାୟ 20 ପ୍ରତିଶତ ଭିଭିଆଇପି କିମ୍ବା ଅନ୍ୟାନ୍ୟ ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିଛନ୍ତି। ସାମାଜିକ ଦୂରତା ନିୟମକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

...view details