ଓଡିଶା

odisha

ETV Bharat / bharat

ବିବାହ କାର୍ଡରେ ସମର୍ଥନ ବାର୍ତ୍ତା: ଛାପିଲେ ‘ଉଇ ସପୋର୍ଟ CAA & NRC’ - ବିବାହ କାର୍ଡରେ ସିଏଏ

ଗୋଟିଏ ପଟେ ଦେଶର ଅନେକ ସ୍ଥାନରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ଓ ଏନଆରସି(ଜାତୀୟ ନାଗରିକତା ପଞ୍ଜିକା)କୁ ବିରୋଧ ପ୍ରଦର୍ଶନ କରୁଥିବାବେଳେ କିଛି ସ୍ଥାନରେ ଏହି ଆଇନକୁ ଜନସାଧାରଣଙ୍କ ସମର୍ଥନ ମିଳୁଛି । ବୈତୁଲର ଏହି ପରିବାର ସିଏଏ ଓ ଏନଆରସିକୁ ନେଇ ଭିନ୍ନ ଭାବରେ ସ୍ବତନ୍ତ୍ର ଉପାୟରେ ନିଜ ସମର୍ଥନ ବାର୍ତ୍ତା ଜଣାଇଛନ୍ତି । ବିବାହ କାର୍ଡରେ ‘ଉଇ ସପୋର୍ଟ ସିଏଏ ଆଣ୍ଡ ଏନଆରସି’ ଛପାଇ ପ୍ରଶଂସାର ସାଉଁଟିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 27, 2020, 12:48 PM IST

ଲକ୍ଷ୍ନୌ: ମଧ୍ୟପ୍ରଦେଶର ବୈତୁଲରେ ଦେଶଭକ୍ତିର ନିଆରା ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ ପଟେ ଦେଶର ଅନେକ ସ୍ଥାନରେ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ) ଓ ଏନଆରସି(ଜାତୀୟ ନାଗରିକତା ପଞ୍ଜିକା)କୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ କିଛି ସ୍ଥାନରେ ଏହି ଆଇନକୁ ଜନସାଧାରଣଙ୍କ ସମର୍ଥନ ମିଳୁଛି । ବୈତୁଲର ଏହି ପରିବାର ସିଏଏ ଓ ଏନଆରସିକୁ ନେଇ ଭିନ୍ନ ଭାବରେ ସ୍ବତନ୍ତ୍ର ଉପାୟରେ ନିଜ ସମର୍ଥନ ବାର୍ତ୍ତା ଜଣାଇଛନ୍ତି । ବିବାହ କାର୍ଡରେ ‘ଉଇ ସପୋର୍ଟ ସିଏଏ ଆଣ୍ଡ ଏନଆରସି’ ଛପାଇ ପ୍ରଶଂସା ସାଉଁଟିଛନ୍ତି ।

ବିବାହ କାର୍ଡରେ ସମର୍ଥନ ବାର୍ତ୍ତା

ସୂଚନା ଅନୁସାରେ ବୈତୁଲର ଶଙ୍କର ୱାର୍ଡ ନିବାସୀ ମୁନ୍ନା ଲାଲ ସାହୁ ନିଜ ପୁତ୍ର ପ୍ରକାଶ ଚନ୍ଦ୍ର ସାହୁଙ୍କ ବିବାହ ମାର୍ଚ୍ଚ 7 ତାରିଖରେ ଧାର୍ଯ୍ୟ କରିଛନ୍ତି । ସାହୁ ପରିବାରରେ ବିବାହ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ବିବାହ ନିମନ୍ତ୍ରଣ କାର୍ଡ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ନିମନ୍ତ୍ରଣ ପତ୍ରରେ ଦେଶ ଭକ୍ତିର ଝଲକ ଦେଖିବାକୁ ମିଳିଛି ।

ଏହି ବିବାହ କାର୍ଡରେ ‘WE SUPPORT NRC & CAA’ ସହିତ ପିଏମ ନରେନ୍ଦ୍ର ମୋଦି ଓ ସ୍ବଚ୍ଛତାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଚଷମା ପ୍ରକାଶିତ କରାଯାଇଛି । ସାହୁ ପରିବାରର ଏହି ସମର୍ଥନ ଲୋକଙ୍କୁ ପସନ୍ଦ ଆସିବା ସହ ପ୍ରଶଂସା ଯୋଗ୍ୟ ସାଜିଛି ।

ନିଜ ବିବାହ କାର୍ଡରେ ସିଏଏ ଓ ଏନଆରସିକୁ ସମର୍ଥନ ବାର୍ତ୍ତା ବାବଦରେ ପ୍ରକାଶ କହିଛନ୍ତି ଯେ, ଏହି ଆଇନକୁ ନେଇ ଯେଉଁମାନେ ବିରୋଧ କରୁଛନ୍ତି ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ । ଆମେ ଏହି ବିବାହ ନିମନ୍ତ୍ରଣ ପତ୍ରରେ ସମର୍ଥନର ସନ୍ଦେଶ ଦେଇଛୁ ଓ ଲୋକଙ୍କୁ କାର୍ଡ ମାଧ୍ୟମରେ ସମର୍ଥନ ପାଇଁ ଅପିଲ କରିଛୁ ।

ABOUT THE AUTHOR

...view details