ଓଡିଶା

odisha

ETV Bharat / bharat

'ରାଜସ୍ଥାନ ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସର ଅଭିଯୋଗ ଭିତ୍ତିହୀନ'

ରାଜସ୍ଥାନରେ କଂଗ୍ରେସ ଦ୍ବାର ବିଜେପି ନେତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ଏହାକୁ ବିଜେପି ପ୍ରତ୍ୟାଖ୍ୟାନ କରୁଛି ବୋଲି ସମ୍ବିତ ପାତ୍ର କହିଛନ୍ତି ।

By

Published : Jul 17, 2020, 4:54 PM IST

 ସମ୍ବିତ ପାତ୍ର
ସମ୍ବିତ ପାତ୍ର

ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସ ଉପରେ ଏବେ ସଙ୍କଟର କଳା ବାଦଲ ଢାଙ୍କି ହୋଇ ରହିଛି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଗେହଲଟ ସରକାରରେ ଅସ୍ଥିରତା ଦେଖାଦେଇଛି । ତେବେ ଏଥିପାଇଁ ବିଜେପିକୁ ଦାୟୀ କରିଛି କଂଗ୍ରେସ । ବିଜେପିର ବରିଷ୍ଠ ନେତୃତ୍ବ ରାଜସ୍ଥାନ ସରକାରଙ୍କୁ ଭାଙ୍ଗିବା ପାଇଁ ବିଧାୟକ କିଣାବିକା କରୁଥିବା ଅଭିଯୋଗ କରିଛି ଦଳ । ତେବେ ଶୁକ୍ରବାର କଂଗ୍ରେସର ଏହି ଅଭିଯୋଗକୁ ସମ୍ପୁର୍ଣ୍ଣ ରୂପରେ ପ୍ରତ୍ୟାଖ୍ୟାନ କରିଛି ବିଜେପି । ବିଜେପିର ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସର ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।

ସମ୍ବିଦ ପାତ୍ର ଏନେଇ କହିଛନ୍ତି, ରାଜସ୍ଥାନରେ କଂଗ୍ରେସ ଦ୍ବାର ବିଜେପି ନେତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ । ଏହାକୁ ବିଜେପି ପ୍ରତ୍ୟାଖ୍ୟାନ କରୁଛି। କଂଗ୍ରେସର ଭୁଲ ଯୋଗୁଁ ସରକାରରେ ଅସ୍ଥିରତା ଦେଖାଦେଇଛି । ନିଜେ ପ୍ରସ୍ତୁତ କରିଥିବା ଏକ ଅଡିଓ କ୍ଲିପ୍ ବ୍ୟବହାର କରି ସେମାନେ ଏହି ବିଫଳତା ପାଇଁ ବିଜେପିକୁ ଦାୟୀ କରିବାକୁ ଚାହୁଁଛନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି।

କଂଗ୍ରେସ ନେତା ରଣଦୀପ ସିଂହ ସୁରଜେୱାଲା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱତ ବିରୋଧରେ ଗେହଲଟ ସରକାର ଭାଙ୍ଗିବାର ଷଡଯନ୍ତ୍ର କରିଥିବା ଅଭିଯୋଗ ଆଣିବାର କିଛି ଘଣ୍ଟା ପରେ ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି ।

ସଚିନ ପାଇଲଟ ଏବଂ ଅନ୍ୟ 18 ଜଣ ବିଧାୟକ ଅଯୋଗ୍ୟତା ବିରୋଧରେ ଦାଖଲ କରିଥିବା ଆବେଦନ ସମ୍ପର୍କରେ ପାତ୍ର କହିଛନ୍ତି, ହାଇକୋର୍ଟରେ ଲଢୁଥିବା ଉଭୟ ଗୋଷ୍ଠୀ କଂଗ୍ରେସର । ସେଥିରେ ବିଜେପି କୌଣସି ପ୍ରକାରେ ଜଡିତ ନୁହେଁ। ଭିତ୍ତିହୀନ ଅଭିଯୋଗକୁ ଆଧାର କରି ସେମାନେ ନିଜ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପାତ୍ର କହିଛନ୍ତି।

ABOUT THE AUTHOR

...view details