ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର ଲୋକାଲ’ର ଦୃଷ୍ଟିକୁ ଦୋହରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକମାନେ ବର୍ତ୍ତମାନ ଏହାକୁ ନିଜ ଜୀବନର ମନ୍ତ୍ର କରିବାକୁ ହେବ । ଯାହା ଦ୍ବାରା ମେକ ଇନ ଇଣ୍ଡିଆ ହେବା ସହ ମେକ ଫର୍ ୱାର୍ଲ୍ଡ ଆଡକୁ ଅଗ୍ରଗତି ହୋଇପାରିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଟ୍ୱିଟରରେ ଶାହ ପ୍ରକାଶ କରିଛନ୍ତି, ‘ଆଜି ଭାରତରେ ଏପରି ଏକ ନେତୃତ୍ୱ ଅଛି ଯାହାର ଜୀବନରେ ଏକମାତ୍ର ଲକ୍ଷ୍ୟ ଏବଂ ସଂକଳ୍ପ ହେଉଛି ଭାରତକୁ ପୁଣିଥରେ ବିଶ୍ୱ ନେତା ଭାବରେ ପରିଚିତ କରିବା । ବର୍ତ୍ତମାନ ଆମକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭୋକାଲ୍ ଫୋର ଲୋକାଲକୁ ଆମ ଜୀବନର ମନ୍ତ୍ର କରିବାକୁ ପଡିବ ।’
‘ରେଡ୍ ଫୋର୍ଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆତ୍ମନିର୍ଭରଶୀଳ ଭାରତ ପ୍ରତି ନିଜର ସଂକଳ୍ପ ପ୍ରକାଶ କରିଥିଲେ। 130 କୋଟି ଭାରତୀୟଙ୍କ ଶକ୍ତି ଉପରେ ନିଜର ଆସ୍ଥା ଦୋହରାଇଛନ୍ତି। ବର୍ତ୍ତମାନ ସମୟ ଆସିଛି ଭାରତ ନିଜର ଦକ୍ଷତା, ସୃଜନଶୀଳତା ଏବଂ ଦକ୍ଷତା ସହିତ ବିଶ୍ୱକୁ ଆଗେଇ ନେବ । ସେ ମଧ୍ୟ ‘ଆତ୍ମନିର୍ଭର ଭାରତ’କଥା ଉଲ୍ଲେଖ କରିଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି ।
ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି, ଯାହା ଏକ ସୁସ୍ଥ ଭାରତ ସୃଷ୍ଟି କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ଏହି ନିଷ୍ପତ୍ତି ପାଇଁ ସେ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।