ଓଡିଶା

odisha

ETV Bharat / bharat

ମମତାଙ୍କୁ ଭେଟିବାକୁ ମନା କଲେ ଆନ୍ଦୋଳନରତ ଡାକ୍ତର - west bengal

ପଶ୍ଚିମବଙ୍ଗରେ ତେଜୁଛି ଡାକ୍ତରଙ୍କ ସହ ମାରପିଟ୍‌ ଘଟଣା । ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଥିଲେ ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ଆନ୍ଦୋଳନରତ ଡାକ୍ତର ।

ଫାଇଲ ଫଟୋ

By

Published : Jun 15, 2019, 9:28 PM IST

Updated : Jun 18, 2019, 10:55 AM IST

କୋଲକାତା: ପଶ୍ଚିମବଙ୍ଗରେ 2 ଜୁନିୟର ଡାକ୍ତରଙ୍କ ସହ ମାରପିଟ୍‌ ଘଟଣା ଏବେ ପୁରା ଦେଶରେ ହଇଚଇ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନଆରଏସ ମେଡିକାଲ କଲେଜ୍ ଆସି ସେମାନଙ୍କର ସମସ୍ୟା ଶୁଣନ୍ତୁ ବୋଲି ଅଡି ବସିଛନ୍ତି ଆନ୍ଦୋଳନକାରୀ ଡାକ୍ତରମାନେ । ତେବେ ମମତା ବାନାର୍ଜୀ ଶନିବାର ସନ୍ଧ୍ୟାରେ ସଚିବାଳୟରେ ସାକ୍ଷାତ ପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ଡକାଇଥିଲା କିନ୍ତୁ ଅସନ୍ତୁଷ୍ଟ ଡାକ୍ତର ଏହାକୁ ଅଗ୍ରାହ୍ୟ କରିଛନ୍ତି ।

ଶନିବାର ମମତା ଆନ୍ଦୋଳନକାରୀ ଡାକ୍ତରଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିବାକୁ ଆମନ୍ତ୍ରଣ କରିଥିଲେ । କିନ୍ତୁ ସେମାନେ ମମତାଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖାନ କରିଛନ୍ତି । ଏହି ସମ୍ବନ୍ଧରେ ନିଜକୁ ଅସୁରକ୍ଷିତ ଅନୁଭବ କରି ମମତାଙ୍କୁ ସାକ୍ଷାତ କରିବାକୁ ଯାଇନଥିବା କହିଛନ୍ତି ସେମାନେ । ମମତା କେବଳ ନିସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।

Last Updated : Jun 18, 2019, 10:55 AM IST

For All Latest Updates

ABOUT THE AUTHOR

...view details