ହାଇଦ୍ରାବାଦ: ତେଲେଙ୍ଗାନାକୁ ଅଣଦେଖା କରିନାହାଁନ୍ତି କେନ୍ଦ୍ର ସରକାର । ତେଲେଙ୍ଗାନା ପ୍ରତି ଉଚିତ ନ୍ୟାୟ କରାଯାଇଛି । ହାଇଦ୍ରାବାଦର ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
ଅନୁରାଗ କହିଛନ୍ତି ଯେ କୋଭିଡ ସମୟରେ କେହି ଅସୁବିଧାରେ ନ ପଡ଼ିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇଛି । ବଜେଟ ବାବଦରେ ଠାକୁର କହିଛନ୍ତି ମୋଦି ସରକାର ଚଳିତବର୍ଷ ଏକ ସ୍ବଚ୍ଛ ଓ ପାରଦର୍ଶୀ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଏହା ସମସ୍ତ ବିଭାଗ ଓ ସବୁ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରିବ ।
ଅନୁରାଗ ଆହୁରି ମଧ୍ୟ କହିଛନ୍ତି ଯେ ନୀତି ଆୟୋଗଙ୍କ ସୁପାରିଶ କ୍ରମେ ଦେଶର ବିଭିନ୍ନ କମ୍ପାନୀରୁ ପୁଞ୍ଜି ବିନିଯୋଗ ପ୍ରତ୍ୟାହାର କରାଯାଉଛି। ସମସ୍ତ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇ କରଣ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । କେଉଁ କମ୍ପାନୀ ଗୁଡିକ ଜନହିତରେ କାମ କରୁଛନ୍ତି ତାହା ସରକାର ମଧ୍ୟ ଦୃଷ୍ଟିରେ ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।