ଓଡିଶା

odisha

ETV Bharat / bharat

ସମୁଦ୍ର ପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ! - ସମୁଦ୍ର ପଥରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ସମୁଦ୍ରପଥ ଦେଇ ଆକ୍ରମଣ କରି ପାରନ୍ତି ପାକିସ୍ତାନ ଆତଙ୍କବାଦୀ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଫାଇଲ ଫଟୋ

By

Published : Sep 27, 2019, 7:38 PM IST

ଥିରୁଅନନ୍ତପୁରମ: ସମୁଦ୍ର ପଥ ଦେଇ ଆକ୍ରମଣ କରି ପାରନ୍ତି ପାକିସ୍ତାନ ଆତଙ୍କବାଦୀ । ଏହି ଆତଙ୍କବାଦୀ ଦେଶରେ କୌଣସି ବଡ ଧରଣର ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

କେରଳର କୋଲ୍ଲାମ ଠାରେ ଆୟୋଜିତ ମାତା ଅମୃତାନନ୍ଦମୟୀ ଦେବୀଙ୍କ ୬୬ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସମୁଦ୍ର ପଥ ଦେଇ ଆକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ପାକିସ୍ତାନର ଆତଙ୍କବାଦୀ ଦେଶରେ କୌଣସି ବଡ଼ ଧରଣର ଆକ୍ରମଣ ଭିଆଇପାରନ୍ତି। ଦେଶର ତଟୀୟ ଓ ସମୁଦ୍ର ସୁରକ୍ଷା ବାହିନୀ ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ପୂରା ସତର୍କ ଅଛନ୍ତି । ତେବେ ନୌସେନା ଏହି ବିପଦର ମୁକାବିଲା ପାଇଁ ସଂପୂର୍ଣ୍ଣ ଭାବେ ସକ୍ଷମ ବୋଲି ଆଶ୍ବାସନା ଦେଇଛନ୍ତି ରାଜନାଥ ସିଂହ ।

ସେ କହିଛନ୍ତି, କଚ୍ଚରୁ କେରଳ ପର୍ଯ୍ୟନ୍ତ ଜଳପଥ ପଡ଼ୋଶୀ ଦେଶ ସହ ଲାଗି ରହିଛି । ଏଥିଯୋଗୁଁ ପଡ଼ୋଶୀ ଦେଶର ଆତଙ୍କବାଦୀମାନେ ଉଭୟ ଉପକୂଳ ଓ ସାମୁଦ୍ରିକ ପଥରେ ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି। କିନ୍ତୁ ଆମ ଦେଶର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ମଜବୁତ ରହିଛି । ଆମେ ସମ୍ପୂର୍ଣ୍ଣ ରୂପରେ ତଟୀୟ ଏବଂ ସାମୁଦ୍ରିକ ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

ଏହା ସହିତ ସେ ପଡୋଶୀ ଦେଶକୁ ଚେତାବନୀ ଦେଇ କହିଛନ୍ତି, ଦେଶ ପାଇଁ ବଳିଦାନ ଦେଇଥିବା ଯବାନକୁ ଆମ ଦେଶ ଭୁଲେ ନାହିଁ । ପୁଲୱାମା ଆକ୍ରମଣର ଜବାବ ପାକିସ୍ତାନକୁ ବାଲକୋଟ ଏୟାର ଷ୍ଟ୍ରାଇକ କରି ଦିଆଯାଇଥିଲା । ଆମେ କାହା ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନେଉନାହୁଁ । କିନ୍ତୁ ଆମ ଦେଶ ସହ ଯିବ ଲାଗିବ, ତାକୁ ଆମେ ଶାନ୍ତିରେ ରଖାଇ ଦେବୁ ନାହିଁ ବୋଲି କହିଛନ୍ତି ରାଜନାଥ ସିଂହ ।

ABOUT THE AUTHOR

...view details