ଓଡିଶା

odisha

ETV Bharat / bharat

ମାସ୍କ ବଦଳରେ ଟାୱେଲ ଓ ସ୍କାର୍ଫ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ - ମାସ୍କ ବଦଳରେ ଟାୱେଲ ବ୍ୟବହାର

ଭାରତରେ ମାସ୍କ୍ ଅଭାବ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଲୋକଙ୍କୁ ମାସ୍କ ବଦଳରେ ଟାୱେଲ ଓ ସ୍କାର୍ଫ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଅଧିକ ଖବର ପଢନ୍ତୁ...

mask use
ମାସ୍କ ବଦଳରେ ଟାୱେଲ ଓ ସ୍କାର୍ଫ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

By

Published : Apr 10, 2020, 2:23 PM IST

ନୂଆଦିଲ୍ଲୀ: ଭାରତରେ ମାସ୍କ୍ ଅଭାବ ପରିଲକ୍ଷିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ବିଜେପି ସଦସ୍ୟ ହନସରାଜ ବିଶ୍ୱକର୍ମାଙ୍କ ସହ ଫୋନରେ କଥା ହୋଇ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ କୋରୋନା ଭାଇରସ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ସତର୍କତା ଭାବରେ ମାସ୍କର ଅନୁପସ୍ଥିତିରେ ଟାୱେଲ ଏବଂ ସ୍କାର୍ଫ ବ୍ୟବହାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ତାଙ୍କର ୩.୫୨ ମିନିଟର କଥାବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଆମକୁ ସ୍ୱଚ୍ଛ ସୁରକ୍ଷା ପାଇଁ ମିଶନ ମୋଡରେ କାମ କରିବାକୁ କହିଥିଲେ। ସେ କହିଛନ୍ତି ଯେ ମାସ୍କ ପାଇଁ ଟଙ୍କା ଏବଂ ସମୟ ନଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ଲୋକମାନେ ସ୍କାର୍ଫ କିମ୍ବା ଟାୱେଲ ମଧ୍ୟ ବ୍ୟବହାର କରିପାରିବେ।

ସୂଚନା ଥାଉକି, ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି। ଏଭଳି ପରିସ୍ଥିତିରେ ନିଜକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ ଯଥାସମ୍ଭବ ପଦକ୍ଷେପ ନେବା ପାଇଁ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ABOUT THE AUTHOR

...view details