ଓଡିଶା

odisha

By

Published : Oct 23, 2019, 8:25 AM IST

ETV Bharat / bharat

ଉତ୍ତର ପ୍ରଦେଶ ପୋଲିସ ଆକ୍ସନରେ କମଲେଶଙ୍କ ପରିବାର ଖୁସୀ

ଧରାପଡିଲା କମଲେଶ ତିୱାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ୟୁପି ପୋଲିସ ଉପରେ ପରିବାର ଖୁସୀ।

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ଗୁଜୁରାଟ ଆଣ୍ଟି ଟେରୋରିଜମ ସ୍କ୍ବାଡ(ଏଟିଏସ) ମଙ୍ଗଳବାର ବହୁଚର୍ଚ୍ଚିତ କମଲେଶ ତିୱାରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଶେଖ ଅସଫାକ ହୁସେନ (34) ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ (27) ନାମକ ଦୁଇ ଅଭିଯୁକ୍ତଙ୍କୁ ଗୁଜୁରାଟ-ରାଜସ୍ଥାନ ସୀମା ସାମଲାଜିରୁ ଗିରଫ କରାଯାଇଛି । ଏନେଇ ଉତ୍ତର ପ୍ରଦେଶ ଡିଜିପି ଓପି ସିଂ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ୟୁପି ପୋଲିସର ଏହି ତ୍ବରିତ ପଦକ୍ଷେପରେ ଖୁସୀ ଅଛନ୍ତି ମୃତ କମଲେଶ ତିୱାରୀ ପରିବାର । ଏନେଇ ମୃତକଙ୍କ ମାଆ କହିଛନ୍ତି ପୋଲିସ ଏହି ପଦକ୍ଷେପରେ ଆମେ ଖୁସୀ ଅଛୁ । ଏହାସହ ଆମେ ଆଶା କରୁଛୁ ସରକାର ଦେଇଥିବା ପ୍ରତିଶ୍ରୃତି ଅନୁଯାୟୀ ପଦକ୍ଷେପ ନେବେ।

ABOUT THE AUTHOR

...view details