ଓଡିଶା

odisha

ETV Bharat / bharat

ମେ 26 ଯାଏଁ ରାଜ୍ୟକୁ ଶ୍ରମିକ ଟ୍ରେନ ନ ପଠାଇବାକୁ କହିଲେ ପଶ୍ଚିମବଙ୍ଗ ସରକାର - WB asks Railways not to send Shramik Special trains

ପଶ୍ଚିମବଙ୍ଗରେ ବାତ୍ୟା ଅମ୍ପାନ ତାଣ୍ଡବ ରଚିବା ପରେ ଶ୍ରମିକ ଟ୍ରେନ ନ ବନ୍ଦ ରଖିବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ମେ 26 ଯାଏଁ ରାଜ୍ୟକୁ ଶ୍ରମିକ ଟ୍ରେନ ନ ପଠାଇବାକୁ କହିଲେ ପଶ୍ଚିମବଙ୍ଗ ସରକାର
ମେ 26 ଯାଏଁ ରାଜ୍ୟକୁ ଶ୍ରମିକ ଟ୍ରେନ ନ ପଠାଇବାକୁ କହିଲେ ପଶ୍ଚିମବଙ୍ଗ ସରକାର

By

Published : May 23, 2020, 2:55 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବାତ୍ୟା ଅମ୍ପାନ ତାଣ୍ଡବ ରଚିବା ପରେ ଶ୍ରମିକ ଟ୍ରେନ ନ ପଠାଇବାକୁ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାତ୍ୟା ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ତ୍ତମାନ ଏହାର ମୁକାବିଲା କରାଯାଉଛି । ତେଣୁ ମେ 26 ତାରିଖ ପର୍ଯ୍ୟନ୍ତ କୌଣସି ଶ୍ରମିକ ଟ୍ରେନ ନ ପଠାଇବାକୁ ରେଳବାଇକୁ ଚିଠି ଲେଖି ଜଣାଯାଇଛି ।

ମେ 22 ତାରିଖ ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଭି.କେ ଯାଦବଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସଚିବ ରାଜୀବ ସିହ୍ନା । ସେ କହିଛନ୍ତି, ଗତ 20 ଓ 21 ରେ ରାଜ୍ୟ ବାତ୍ୟା ଅମ୍ପାନ ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇପଡିଛି । ପୁନଃରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ରିଲିଫ ଓ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗିଛନ୍ତି । ତେଣୁ ଏହି ସମୟରେ କୌଣସି ସ୍ପେଶାଲ ଟ୍ରେନ ପ୍ରତି ଧ୍ୟାନ ଦିଆଯାଇପାରିବ ନାହିଁ । ଫଳରେ ଶ୍ରମିକ ଟ୍ରେନରେ କିଛି ଦିନ ପାଇଁ ରୋକ ଲଗାଇବାକୁ କୁହାଯାଇଛି ।

ଗତ 20 ତାରିଖରେ ବାତ୍ୟା ଅମ୍ପାନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା । ରାଜ୍ୟରେ ଅତି କମରେ 86 ଜଣଙ୍କର ମୃତ୍ୟୁ ଘଟିଛି। ବହୁ ଧନଜୀବନ ନଷ୍ଟ ହୋଇପଡିଛି । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗକୁ ସର୍ବନିମ୍ନ ସଂଖ୍ୟକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ମିଳିଛି ।

@ANI

ABOUT THE AUTHOR

...view details