ଓଡିଶା

odisha

ETV Bharat / bharat

କୋଭିଡ କଟକଣା: ଡାଲ ହ୍ରଦରେ ଆରମ୍ଭ ହେଲା ଜଳକ୍ରୀଡା - କୋଭିଡ କଟକଣା

COVID-19 ସୁରକ୍ଷା ନିୟମକୁ ବଜାୟ ରଖିବା ସହ ଡାଲ ହ୍ରଦରେ ଜଳ କ୍ରୀଡା ଉତ୍ସାହର ସହିତ ଆରମ୍ଭ ହୋଇଛି । ଦେଶବ୍ୟାପୀ ଲକଡାଉନ ପଡିଥିବାରୁ କର୍ତ୍ତୃପକ୍ଷ ଚଳିତ ବର୍ଷ ମାର୍ଚ୍ଚରେ ଜଳକ୍ରୀଡା ସମେତ ସମସ୍ତ କ୍ରୀଡା କାର୍ଯ୍ୟକଳାପ ବନ୍ଦ କରିଦେଇଥିଲେ। ଅଧିକ ଖବର ପଢନ୍ତୁ...

କୋଭିଡ କଟକଣା: ଡାଲ ହ୍ରଦରେ ଆରମ୍ଭ ହେଲା ଜଳକ୍ରୀଡା
କୋଭିଡ କଟକଣା: ଡାଲ ହ୍ରଦରେ ଆରମ୍ଭ ହେଲା ଜଳକ୍ରୀଡା

By

Published : Oct 30, 2020, 10:00 AM IST

ଶ୍ରୀନଗର: ଡାଲ ହ୍ରଦରେ ଆରମ୍ଭ ହେଲା ଜଳକ୍ରୀଡା । କୋଭିଡ୍ କାରଣରୁ ପୂର୍ବରୁ ବନ୍ଦ ହୋଇଥିବା ଜଳ କ୍ରୀଡା ଆରମ୍ଭ ହୋଇଯାଇଛି । ପୂର୍ଣ୍ଣ ଉତ୍ସାହ ସହକାରେ ଏହା ଆରମ୍ଭ ହୋଇଥିବା ବେଳେ ଭାଇରସ ବିରୁଦ୍ଧରେ ସମସ୍ତ ସୁରକ୍ଷା ଓ ସାବଧାନତା ଅବଲମ୍ବନ କରାଯାଇଛି ।

ଚଳିତ ବର୍ଷ ମାର୍ଚ୍ଚରେ ସରକାର ଜାମ୍ମୁ କାଶ୍ମୀର ସମେତ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରିବା ସମୟରେ ଅଧିକାରୀମାନେ ଜଳ କ୍ରୀଡା ସମେତ ସମସ୍ତ କ୍ରୀଡା କାର୍ଯ୍ୟକଳାପ ବନ୍ଦ କରିଦେଇଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି । ଏବଂ କର୍ତ୍ତୃପକ୍ଷ ଜଳ ଖେଳ ସମେତ ବିଭିନ୍ନ ପ୍ରକାରର କ୍ରୀଡା କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି |

ତେଣୁ ବିଶ୍ବ ପ୍ରସିଦ୍ଧ ଡାଲ ହ୍ରଦରେ ପହଁରିବା, କାନୋଇଂ ଏବଂ କାୟାକିଂ ପରି ସମସ୍ତ ଜଳ କ୍ରୀଡା ଜୋରସୋରରେ ଆଗେଇ ଚାଲିଛି । ଡାଲ୍ ହ୍ରଦ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ହ୍ରଦ ଯାହା ପ୍ରତିବର୍ଷ ସାରା ବିଶ୍ବରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ | ତେଣୁ ଏହିପରି ଜଳ କ୍ରୀଡା କାର୍ଯ୍ୟକଳାପ କାଶ୍ମୀର ଆଡକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିଥାଏ।

"କ୍ରୀଡ଼ାରେ ଭାଗ ନେଇ ଆମେ ଖୁସି । ମହାମାରୀ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିଦେଇଥିଲା ଏବଂ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଉଦାସୀନତା ସୃଷ୍ଟି କରିଥିଲା । ଜଳ କ୍ରୀଡା ନିଜେ ସାମାଜିକ ଦୂରତାକୁ ସହଜ କରିଥାଏ" ବୋଲି ୱାମିକ୍ ମିର ନାମକ ଜଣେ କ୍ରୀଡବିତ୍ କହିଛନ୍ତି ।

ABOUT THE AUTHOR

...view details