ଓଡିଶା

odisha

ETV Bharat / bharat

ପାଣି ନ ପାଇ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ଦନ୍ତେୱାଡା ପାଖନାଚୁଆ ଗ୍ରାମବାସୀ - କୋରୋନା

ସାରାବିଶ୍ବରେ ଏବେ କୋରୋନା ଭଳି ମହାମାରୀ ବ୍ୟାପିଥିବା ବେଳେ କିଛି ଲୋକ ପିଇବାକୁ ପାଣି ନ ପାଇଁ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ଦନ୍ତେୱାଡାର ପାଖନାଚୁଆ ଗ୍ରାମରେ । ଅଧିକ ପଢନ୍ତୁ...

ପାଣି ନ ପାଇ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ଦନ୍ତେୱାଡା ପାଖନାଚୁଆ ଗ୍ରାମବାସୀ
ପାଣି ନ ପାଇ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି ଦନ୍ତେୱାଡା ପାଖନାଚୁଆ ଗ୍ରାମବାସୀ

By

Published : Jun 14, 2020, 4:21 AM IST

ରାୟପୁର: ସାରାବିଶ୍ବରେ ଏବେ କୋରୋନା ଭଳି ମହାମାରୀ ବ୍ୟାପିଥିବା ବେଳେ ଲୋକମାନଙ୍କୁ ପରିସ୍କାର ପରିଚ୍ଛନ ରହିବାକୁ ସଚେତନ କରାଯାଉଛି । କିନ୍ତୁ ଏବେ ବି କିଛି ଲୋକ ପିଇବାକୁ ପାଣି ନ ପାଇ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ଦନ୍ତେୱାଡାର ପାଖନାଚୁଆ ଗ୍ରାମରେ ।

ନିକଟରେ ପାଖନାଚୁଆ ଏକ ନୂତନ ଗ୍ରାମ ପଞ୍ଚାୟତ ପାଲଟିଛି, ଯାହା ଦନ୍ତେୱାଡା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 50 କିଲୋମିଟର ଦୂରରେ ଥିବା ବଡେଗୁଡାର ଗ୍ରାମ ପଞ୍ଚାୟତ ଠାରୁ ଅଲଗା ହୋଇଛି । ନୂତନ ପଞ୍ଚାୟତ ଗଠନ ପରେ ମଧ୍ୟ ପାଖନାଚୁଆର ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ପାଇଁ ସଂଘର୍ଷ କରିବାକୁ ପଡୁଛି ବୋଲି ସେମାନେ କହିଛନ୍ତି । ଏଠାରେ ଥିବା ଗ୍ରାମବାସୀ ଦୁଇଟି ଭୂତଳ ଜଳ ଉତ୍ସ ଉପରେ ନିର୍ଭରଶୀଳ । ବହୁ ବର୍ଷ ଧରି ଏହି ଗ୍ରାମବାସୀ ବୃତଳ ଜଳକୁ ପାନୀୟ ଜଳ ଭାବରେ ବ୍ୟବହାର କରି ଆସୁଛନ୍ତି, ହେଲେ କେହି ଜଣେ ହେଲେ ବି ସେଠାକୁ ଯାଞ୍ଚ କରିବାକୁ ଆସନାହାନ୍ତି ବୋଲି ଜଣେ ଗ୍ରାମବାସୀ କହିଛନ୍ତି ।

ଏହି ଗ୍ରାମରେ 50-60 ପରିବାରର 800ରୁ ଉର୍ଦ୍ଧ୍ବ ଲୋକ ବାସ କରନ୍ତି । ତେବେ ନୂତନ ପଞ୍ଚାୟତ ଗଠନ ହେବା ପରଠାରୁ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବି ହୋଇଥିଲେ ମଧ୍ୟ, କେହି ତାଙ୍କ କଥା ଶୁଣି ନାହାନ୍ତି । ଯେତେବେଳେ ଏହି ବିଷୟରେ ଜିଲ୍ଲାପାଳ ଦୀପକ ସୋନିଙ୍କୁ ଅବଗତ କରାଗଲା ସେ ତୁରନ୍ତ PHE ଅଧିକାରୀଙ୍କୁ ଡାକି ଏହି ବିଷୟରେ ସୂଚନା ମାଗିଛନ୍ତି । ତେବେ ଖୁବ୍ ଶୀଘ୍ର ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିବାକୁ ସୋନି କହିଛନ୍ତି ।

@ANI

ABOUT THE AUTHOR

...view details