ଓଡିଶା

odisha

ETV Bharat / bharat

ପେଶା ଆର୍କିଟେକ, ନିଶା ବର୍ଷାଜଳ ସଂରକ୍ଷଣ - viswanath

ଗାର୍ଡେନିଂ ସହ ଆଉ କିଛି ଅଧିକ କରିବା ଚେଷ୍ଟା କରି ଶେଷରେ ବର୍ଷା ପାଣି ସଂରକ୍ଷଣ କରି ପୁନଃ ବ୍ୟବାହାର କରିବା ପାଇଁ ସ୍ଥିର କରିଥିଲେ। ଏଥିଲାଗି ତାଙ୍କ ଛାତ ଉପରେ ବର୍ଷା ପାଣି ସଂରକ୍ଷଣ କରିଥିଲେ। ପାଣିକୁ ଫିଲଟର କରି ସେ ପ୍ରଥମେ ଗଛରେ ପାଣି ଦେଇଥିଲେ । ଆଉ ଧିରେ ଧିରେ ଗୋଧୋଇବା ଏବଂ ଲୁଗାପଟା ଧୋଇବା ସହ ରନ୍ଧାକାମରେ ମଧ୍ୟ ବ୍ୟବହାର କରିଥିଲେ।

ଫଟୋ ସୌଜନ୍ୟ : ଏଏନଆଇ

By

Published : May 2, 2019, 10:55 AM IST

ବେଙ୍ଗାଲୁରୁ: ପେଶାରେ ଜଣେ ଆର୍କିଟେକ ବେଙ୍ଗାଲୁରୁର ବିଶ୍ବନାଥ । ନିଜ ପେଶା ଛଡା ସର୍ବଦା କିଛି ନା କିଛି ଜିନିଷକୁ ନେଇ ଗବେଷଣା କରୁଥାନ୍ତି ସେ । ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗାଇବା ତାଙ୍କର ଅଭ୍ୟାସ। କିନ୍ତୁ ଗାର୍ଡେନିଂ ସହ ଆଉ କିଛି ଅଧିକ କରିବା ଚେଷ୍ଟା କରି ଶେଷରେ ବର୍ଷା ପାଣି ସଂରକ୍ଷଣ କରି ପୁନଃ ବ୍ୟବାହାର କରିବା ପାଇଁ ସ୍ଥିର କରିଥିଲେ। ଏଥିଲାଗି ତାଙ୍କ ଛାତ ଉପରେ ବର୍ଷା ପାଣି ସଂରକ୍ଷଣ କରିଥିଲେ।

ପାଣିକୁ ଫିଲଟର କରି ସେ ପ୍ରଥମେ ଗଛରେ ପାଣି ଦେଇଥିଲେ । ଆଉ ଧିରେ ଧିରେ ଗୋଧୋଇବା ଏବଂ ଲୁଗାପଟା ଧୋଇବା ସହ ରନ୍ଧାକାମରେ ମଧ୍ୟ ବ୍ୟବହାର କରିଥିଲେ। ଛାତ ଉପରେ ବର୍ଷା ଜଳ ସଂରକ୍ଷଣ କରି ଫିଲଟର କରିବା ପରେ ଛାତ ଉପରେ ଟାଙ୍କିରେ ରଖିଥାନ୍ତି । ଆବଶ୍ୟକ ସମୟରେ ବ୍ୟବହାର କରନ୍ତି ।

ଏଥିପାଇଁ ବିଶ୍ବନାଥଙ୍କ ପରିବାର ମଧ୍ୟ ତାଙ୍କୁ ସମର୍ଥନ କରିଥାନ୍ତି। ପାଣି ନଷ୍ଟ ନକରି ସଂରକ୍ଷଣ କରିବା ସହ ବର୍ଷାପାଣି ପୁନଃ ବ୍ୟବହାର କରିବା ବିଶ୍ବନାଥଙ୍କୁ ସ୍ଥାନୀୟ ଅଞ୍ଚଳରେ ଆଉ ଏକ ପରିଚୟ ଦେଇଛି।

ABOUT THE AUTHOR

...view details