ତାଞ୍ଜାଭୁର: ଏହି ଗାଁରେ ରୋଜଗାର ମାଧ୍ୟମ ମୂଷା ବିକ୍ରି । ହୃଷ୍ଟପୃଷ୍ଟ ମୂଷା କରି ବିକ୍ରି କରି ପେଟ ପୋଷିଥାନ୍ତି ଲୋକେ । ଚାଷବାସରେ ପେଟ ପୋଷୁଥିବା ଚାଷୀଙ୍କ ପାଇଁ ଏବେ ମୂଷା ବିକ୍ରି କରି ପେଟ ପୋଷିବା ଏକ ରୋଜଗାର ପନ୍ଥା ପାଲଟିଛି । ତାମିଲନାଡୁର କିଛି ଅଞ୍ଚଳରେ ଲୋକେ ମୂଷା ବିକ୍ରି ବ୍ୟବସାୟ କରି ଲାଭବାନ ହେଉଛନ୍ତି ।
ରାଜ୍ୟରେ ଏହି ବ୍ୟବସାୟ ଏବେ ଚାଷୀଙ୍କ ପାଇଁ ବିକଳ୍ପ ଲାଭଦାୟକ ବ୍ୟବସାୟରେ ପରିବର୍ତ୍ତନ ହେବାରେ ଲାଗିଛି । କାରଣ ତାମିଲନାଡୁର ତାଞ୍ଜାଭୁର ଜିଲ୍ଲା ଅନ୍ତର୍ଗତ କୁମ୍ଭକୋଣମ ନିକଟସ୍ଥ ନୀଲାଥନଲ୍ଲୁର, ପଟେସ୍ବରମ, ଆବୁର ଓ ଆଖପାଖ ପଡୋଶୀ ଗାଁର ଲୋକେ ବିଲରେ ମିଳୁଥିବା ଭିନ୍ନ କିଷମର ମୂଷା କିଣିବା ପାଇଁ ଆଗ୍ରହ ଦେଖାଉଛନ୍ତି ।